ଅସରାଏ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ୱର ସହର

ବାଲେଶ୍ୱର, (ସରୋଜ ପଣ୍ଡା): ୩ଘଣ୍ଟାର ବର୍ଷାରେ ଆଜି ବାଲେଶ୍ୱର ସହର ଜଳାର୍ଣ୍ଣବ ହୋଇ ଉଠିଥିଲା । ଅପରାହ୍ନ ୩ଟାରୁ ଘଡ଼ଘଡ଼ି ସହ ଅବିଶ୍ରାମ ବର୍ଷା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ବର୍ଷାରେ ବାଲେଶ୍ୱର ସହରର ମୁଖ୍ୟରାରସ୍ତା ସମେତ କଳିକନ୍ଦିରେ ଜଳମୟ ହୋଇଯାଇଥିଲା । ରାସ୍ତା ଓ ଡ୍ରେନ ଏକାକାର ହୋଇଯାଇଥିଲା । ଲୋକେ ଜାଣିପାରୁ ନଥିଲେ ରାସ୍ତା କେଉଁଠି ଓ ଡ୍ରେନ କେଉଁଠି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ଆଣ୍ଠୁଏ ଉପରେ ପଣି ପଶି ଯାଇଥିଲା । ସହରର ନ୍ୟୁ’ମାର୍କେଟର ଗ୍ରାଉଣ୍ଡ ମହଲାରେ ସମସ୍ତ ଦୋକାନ ବର୍ଷାଜଳରେ ବୁଡ଼ି ଯାଇଥିଲା । ବର୍ଷା ଛାଡ଼ିବା ପରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ପମ୍ପରେ ପାଣି ନିଷ୍କାସନ କରିଥିଲା । ସେହିଭଳି ଚିଡ଼ିଆ ପୋଲ, ଗଡ଼ଗଡ଼ିଆ, ଷ୍ଟେଟବ୍ୟାଙ୍କ ସମ୍ମୁଖ ରାସ୍ତା, ଖପରାପଦା, ବାରବାଟି, ମାନସିଂବଜାର, ନଲମଗଞ୍ଜ, ରାଣୀପାଟଣା, ଦର୍ଜିପୋଖରୀ ପ୍ରଭୃତି ଅଞ୍ଚଳରେ ଲୋକଙ୍କ ଘରେ ବର୍ଷାଜଳ ସହ ନର୍ଦ୍ଦମା ପାଣି ପଶିଯାଇଥିଲା । ପୌରପାଳିକା ପକ୍ଷରୁ ଅମୃତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିଷ୍କାସନ ବ୍ୟବସ୍ଥା ସୁଧାର କରାଯାଇଥିବା ନେଇ କର୍ତ୍ତୃପକ୍ଷ ହିସାବ ଦେଖାଉଛନ୍ତି । ମାତ୍ର ଏହି ୩ ଘଣ୍ଟା ବର୍ଷାରେ ସହରର ନିଷ୍କାସନ ବ୍ୟବସ୍ଥାର ବାସ୍ତବ ସ୍ଥିତି ପରିଲକ୍ଷିତ ହୋଇଛି । ପୌର କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାର୍ଯ୍ୟଧାରାକୁ ନେଇ ସାଧାରଣରେ ଅସନ୍ତୋଷ ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ