ଅସରାଏ ବର୍ଷାରେ ଢ଼େଙ୍କା ପୋଲ ନିକଟ ରାସ୍ତା ବେହାଲ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): କେନାଲ କାମ କରୁଥିବା ଏ.ଆର.ଏସ.ଏସ. ଠିକାସଂସ୍ଥା ପାଇଁ ଢ଼େଙ୍କା ପୋଲ ନିକଟ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ନିର୍ମାଣ ହୋଇଥିବା ପୋଲ ଉପରେ ପାଣି ନିସ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ପୋଲ ଉପରେ ୬ଇଞ୍ଚ ଉଚ୍ଚତାର ପାଣି ଠିଆ ହୋଇ ରହୁଛି । ଅସରାଏ ବର୍ଷାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ପୋଲ ଉପର ଦେଇ ଯାତାୟତ କରିବା ଦୁର୍ବସହ ହୋଇପଡିଛି ।
ଖବରରୁ ଜଣାଯାଇଛି ଯେ ଏଆରଏସଏସ ନାମକ ଠିକାସଂସ୍ଥା ବୈତରଣୀ ନଦୀସଂଯୋଗୀ କରଣ ଯୋଜନାରେ କେନାଲା କାମ କରୁଛି । ଢ଼େଙ୍କା ବଜାର ନିକଟରେ ଏକ ପୋଲ ନିର୍ମାଣ କରୁଥିବାବେଳେ ଢ଼େଙ୍କା ବଜାର ନିକଟରୁ ଢ଼େଙ୍କା ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ୬ଇଞ୍ଚ ମୋଟର ମାଟି ଓ ମୋରମରେ ଭରପୁର ହୋଇଯାଇଛି । ଫଳରେ ଏହି ରାସ୍ତାଦେଇ ଯାଉଥିବା ସୋସୋ, କାନପୁର, ମରଚାଇପଦା, ବାଲିବରେଇ, ବଉଳା, ବାଙ୍ଗୋର, ପଢ଼ିଆରିପଲ୍ଲୀ ଆଦି ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କେନାଲ ଖୋଳା କାର୍ଯ୍ୟଠାରୁ ଏକ କିଲୋମିଟର ଦୁରତାରେ କ୍ୟାମ୍ପ କରୁଥିବାରୁ ନିୟମିତ କମ୍ପାନୀର ଶହେରୁ ଉର୍ଦ୍ଧ ଗାଡି ଯାତାୟତ କରିବା ଦ୍ୱାରା ସମଗ୍ର ଢ଼େଙ୍କା ବଜାରଟି ଧୁଳି ଧୁଆଁରେ ଉଛୁଳି ପଡୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିଆସୁଥିଲେ । ଗତକାଲି ରାତିରୁ ବର୍ଷା ଲାଗି ରହିବାଦ୍ୱାରା ରାସ୍ତାରେ ପଡିଥିବା ମାଟି ସବୁ ମେଞ୍ଚା ମେଞ୍ଚା କାଦୁଅରେ ପରିଣତ ହେବାଦ୍ୱାରା ଲୋକମାନେ ଏହି ରାସ୍ତାରେ ଯାତାୟତ କରିପାରି ନଥିଲେ । ଏପରିକି ଢ଼େଙ୍କା ହାଇସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ରାସ୍ତା ପଡି କାଦୁଅ ସଟପଟ ହେବାସହ ବାଇକ ଆରୋହୀମାନେ ପଡି ଖଣ୍ଡିଆ ଖବରା ହୋଇଥିଲେ । ଏହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।