ଅସହାୟଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ମୁଖ୍ୟ ସଂଯୁକ୍ତା ରାଣୀ ବେହେରାଙ୍କ ନେତୃତ୍ୱରେ ପତ୍ରପୁର ମହିଷାପଟା ପଞ୍ଚାୟତର ଶାଳବଣୀ ଗ୍ରାମର ଗରିବ ଅବହେଳିତ ପରିବାରଙ୍କୁ ଏହି କମ୍ବଳ ବଣ୍ଟନ କରାଯାଇଥିଲା । ରଞ୍ଜିତ କୁମାର ପୃଷ୍ଟି, ରଜତ ବାରିକ, ବିଶ୍ୱଜିତ ବାରିକ, ଶିଳ୍ପୀ କେଶୁ ଦାସ, ଗଯେନ୍ଦ୍ର ସିଂ, ଦିଗମ୍ବର ସିଂ ପ୍ରମୁଖ ଏହି କମ୍ବଳ ବଣ୍ଟନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ । ଝୁନୁମଣି ସିଂ, କଟିମଣି ସିଂ, କାର୍ତ୍ତିକ ସିଂ, ନିନି ସିଂ, ଚନ୍ଦ୍ରମଣି ସିଂ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ