ଅସହାୟଙ୍କୁ ରନ୍ଧା ଖାଦ୍ୟ ବଂଟନ
ନାଉଗାଁ : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ ଡାଉନ ବ୍ୟବସ୍ଥା ହୋଇଛି । ଏହାଫଳରେ ନାଉଗାଁ ବ୍ଳକ ନୁଆଗାଁ ପଂଚାୟତ ଅନ୍ତର୍ଗତ ଖଇରାବସ୍ତ ଗ୍ରାମର ୧୦୦ରୁ ଉର୍ଦ୍ଧ ଆଦିବାସୀ ଗରିବ ଅସହାୟ ବ୍ୟକ୍ତି କାମ ଅଭାବ ଯୋଗୁଁ ଘରେ ବସି ରହିଛନ୍ତି । ଏମାନଙ୍କୁ ନିକଟସ୍ଥ ଅଲଣାହାଟର କିଛି ଯୁବକଙ୍କ ଦ୍ୱାରା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ଯୁବକ ମାନଙ୍କ ମଧ୍ୟରେ ବିରଂଚି ନାରାୟଣ ଦାସ, ଉମେଶ ରାଉତ, ଗୋଳଗୋବିନ୍ଦ ଦାସ, ଚିଂଟୁ ଦାସ, ମୁନା ଦାସ, ମୁନା ସାହୁ, ବଲରାମ ମହାନ୍ତି, ଉମେଶ ମହାନ୍ତି, କୁଲୁ ଭୋଇ, ଲୋର ଭୋଇ ଓ ମଂଟି ଭୋଇ ପ୍ରମୁଖ ରହିଛନ୍ତି । ସେହିପରି ସ୍ଥାନୀୟ ଅଂଚଳର ଆଇନଜୀବି ଗୌରଶଂକର ସେଠୀ, ସମାଜସେବୀ ପ୍ରଫୁଲ ସାହୁ ଓ ଅଶୋକ ସାମଲ ପ୍ରମୂଖ ମୁଣ୍ଡାଳୋ, ଅଲଣାହାଟ ଓ ନାଉଗାଁ ଅଂଚଳରେ ବୁଲୁଥିବା ୧୦ରୁ ଉର୍ଦ୍ଧ ମାନସିକ ବିକାରଗସ୍ତଙ୍କୁ ଖାଦ୍ୟ ଯୋଗାଇ ଦେଉଥିବା ଦେଖାଯାଇଛି ।