ଅସହାୟଙ୍କୁ ସମାଜସେବୀ ଲକ୍ଷ୍ମଣ ଟୁଡୁଙ୍କ ଶୁଖିଲା ଖାଦ୍ୟ ଓ ସାନିଟାଇଜସନ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ଲକ୍ ଡାଉନ୍ ପାଇଁ ସବୁଠାରୁ ବିପଦରେ ଓ ଦୁର୍ଦଶରେ ଜୀବନ ବିତାଉଛନ୍ତି ଅସହାୟ, ଅକର୍ମଣ୍ୟ, ଭିନ୍ନକ୍ଷମ ମାନେ । ସେମାନଙ୍କ ପାଖରେ ରେସନ କାର୍ଡ, ଆଧାର କାର୍ଡ ନାହିଁ । ଯାହା ଫଳରେ ସେମାନେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ବଂଚିତ ହୋଇଛନ୍ତି ଭୋକ ଉପାସରେ ଛଟପଟ ହେଉଛନ୍ତି । ଏମାନଙ୍କର ଦୁଃଖକୁ ସହି ନ ପାରି ଗୋରୁମହିଷାଣୀ ଅଂଚଳର ଦୁଖିରଙ୍କୀମାନଙ୍କ ଚିରସ୍ଥାୟୀ ଲକ୍ଷ୍ମଣ ଟୁଡୁ ଏବଂ ତାଙ୍କର ସାଥୀମାନେ୨୦ରୁ ଉର୍ଦ୍ଧ୍ବ କ୍ଷୁଧାର୍ତ୍ତଙ୍କୁ ବୁଲିବୁଲି ଶୁଖିଲା ଖାଦ୍ୟ,ମାସ୍କ,ସାନିଟାଇଜେସନ, ସାବୁନ୍ ବଣ୍ଟନ କରିଛନ୍ତି । ଲକ୍ଷ୍ମଣ ଟୁଡୁଙ୍କ ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


