ଅସହାୟଙ୍କୁ ସହାୟତାର ହାତ ବଢାଇଲା ଭୌମନଗର ଉନ୍ନୟନ ପରିଷଦ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏହିବର୍ଷ ଶୀତ ଡ଼େରିରେ ଆସିଥିଲେ ମଧ୍ୟ ପ୍ରବଳ ଥଣ୍ଡା ପଡ଼ିଛି । ଏହି ଜାଡ଼ରେ ଯେଉଁ ଭିନ୍ନକ୍ଷମ, ନିରାଶ୍ରୟ, ଅସହାୟ ବ୍ୟକ୍ତି ରାତିରେ ଖୋଲା ଆକାଶ ତଳେ ରହି ଥରୁଛନ୍ତି, କହିବାକୁ ଗଲେ ଯେଉଁମାନେ ମାନସିକ ବିକାରଗ୍ରସ୍ତ ରାତିରେ ରାସ୍ତାରେ ବୁଲୁଛନ୍ତି, ସେମାନଙ୍କ ଦେହ ଥରୁଛି । କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ । କୋଭିଡ୍‌-୧୯ କରୋନା ରୋଗ ଆସିଲା ପରେ ସମସ୍ତଙ୍କର ରୋଜଗାର କ୍ଷତିଗ୍ରସ୍ତ ହୋଇଛି । ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ‘ଭୌମନଗର ଉନ୍ନୟନ ପରିଷଦ’ ଦୁର୍ଗାପୂଜା କମିଟିର ରନ୍ଧାଖାଦ୍ୟ, ପୁରୋହିତ ଭୋଜନ ହ୍ୟାଣ୍ଡୱାସ, ସାନିଟାଇଜର, ମାସ୍କ ବଣ୍ଟନ କରାଯାଇଥିଲା । ସଭାପତି ଶ୍ରୀ ପ୍ରମୋଦ କୁମାର ରାଜ, ସାଧାରଣ ସମ୍ପାଦକ ଶ୍ରୀ ଶିବ ସୁଆର, ପୂର୍ବତନ କର୍ପୋରେଟର ଶ୍ରୀ ନରେନ ସାହୁ, ବରିଷ୍ଠ ସଭ୍ୟ ଶ୍ରୀ ଅଜୟ ସାହୁ, ଭିନ୍ନକ୍ଷମ ପୁରୁଷୋତ୍ତମ ସାହା, ଦେବାଶିଷ ମହାନ୍ତି, ରବିନ୍ଦ୍ର ମହାନ୍ତି, ଗଜେନ୍ଦ୍ର ସାହୁ, ବିଜୟ ବେହେରା, ବସନ୍ତ ରଥ, ଅନନ୍ତ ଆଚାର୍ଯ୍ୟ, ଏମ୍‌.ଡ଼ି. ଦିଲ୍‌ସାହ, ଗୁରୁ ସାଶମଲ, ଲିଙ୍ଗରାଜ ସୁଆର, ରଞ୍ଜନ ସେଠୀ, ସୁଶାନ୍ତ ମାଝୀ ଏବଂ ୱାର୍ଡ଼ର ସାଧାରଣ ସମ୍ପାଦକ ଏସ୍‌.କେ ତସବୀର, ସତ୍ୟରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କ ଉଦ୍ୟମରେ ଶୀତ ଋତୁ ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ