ଅସହାୟଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି ଗୋପାଳପୁର ବିଧାୟକଙ୍କ

ଗୋପାଳପୁର, (ଓ୍ବାଇଏନ୍ଏସ୍):ସାରା ବିଶ୍ବ ତଥା ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ମଧ୍ୟ ବୃଦ୍ଧି ପାଇ ସାରା ଓଡ଼ିଶାରେ ସର୍ବାଗ୍ରେ ରହିଛି ଭାରତରେ ଲକଡାଉନ ଚାଲିଥିବା ବେଳେ ପ୍ରବାସୀ ଓଡ଼ିଆମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ପାଦରେ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ଓଡ଼ିଶା ରାଜପଥ ଦେଇ ନିଜ ଅଞ୍ଚଳକୁ ଫେରୁଥିବା ଦେଖିବାକୁ ମିଳୁଛି ଏହି ଅସହାୟଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଅଣ୍ଟା ଭିଡ଼ିଛନ୍ତି ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ସହାୟତା ରାଶି ପ୍ରଦାନ ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାଶ, ଦିଲ୍ଲୀପ ପାଣିଗ୍ରାହୀ, ଲକ୍ଷ୍ମୀ ନାୟକ, ଲଲାଟେନ୍ଦୁ ସାହୁ, ସନ୍ତୋଷ କୁମାର ପ୍ରଧାନ, ଭଗବାନ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ପ୍ରବାସୀ ଓ ପଥଚାରୀଙ୍କୁ ଶୁଖିଲା ଖାଦ୍ୟ, ପାଣି, ରନ୍ଧାଖାଦ୍ୟ ପ୍ରଦାନ ସହ ସେମାନଙ୍କୁ ନିଜ ଅଞ୍ଚଳରେ ପହଞ୍ଚାଇବା ନିମନ୍ତେ ଯାତାୟତ ପାଇଁ ଖର୍ଚ୍ଚ କରାଯିବ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦେଇ ଯାଉଥିବା ପ୍ରବାସୀମାନେ ଆଉ ଚାଲି ଚାଲି ଯିବେ ନାହିଁ ଏବଂ ସେମାନେ ସ୍ଥାନୀୟ ଥାନାକୁ ଯାଇ ରହିବା ପରେ ସେମାନଙ୍କ ଖାଦ୍ୟ ଓ ନିଜ ଅଞ୍ଚଳରେ ପହଞ୍ଚାଇବା ବନ୍ଦୋବସ୍ତ କରାଯିବ ବୋଲି ଘୋଷଣା କରିଛନ୍ତି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଡ଼. ପାଣିଗ୍ରାହୀ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ