ଅସହାୟଙ୍କୁ ସହାୟତା ପ୍ରଦାନ କଲେ ତହସିଲଦାର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଆର.ନୂଆଁଗାଁ ମୁଖ୍ୟାଳୟ ନିକଟ କଲରାପାଜୁ ଠାରେ ଠାରେ ଗତ ଫେବୃଆରୀ ୧୩ ତାରିଖ ରାତିରେ ପ୍ରହଲ୍ଲାଦ କହଁରଙ୍କ ଚାଳଘରେ ନିଆଁ ଲାଗି ଘରର ଆସବାବପତ୍ର ସହ ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଥିଲା । ପ୍ରହଲ୍ଲାଦ କହଁର ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ପତ୍ନୀ ଜଣେ ମାନସିକ ରୋଗୀ । ନିଜର ଦୁଇ ଛୋଟଛୋଟ ପିଲା ଏବଂ ମାନସିକ ରୋଗାଗ୍ରସ୍ତ ପତ୍ନୀଙ୍କୁ ନେଇ ପ୍ରହଲ୍ଲାଦ ମୂଲମଜୁରୀ କରି ପରିବାର ପ୍ରତି ପୋଷଣ କରୁଥିବା ବେଳେ ଘରପୋଡିରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଥିଲେ ପ୍ରହଲ୍ଲାଦ । ଘରପୋଡି ପରେ ପ୍ରଶାସନ  ତଥା ସ୍ଥାନୀୟ ତହସିଲଦାର ରାଜସ୍ବ ନିରୀକ୍ଷକ ପ୍ରମୁଖ ପହଞ୍ଚି ତାଙ୍କୁ ପଲିଥିନ ଏବଂ କିଛି ସାମଗ୍ରୀ ସହଯୋଗ କରିଥିଲେ। କିନ୍ତୁ ସବୁକିଛି ହରାଇ ହାହାକାର ହୋଇ ରହିଥିବା ପ୍ରହଲ୍ଲାଦ କହଁରଙ୍କ ପରିବାରର ସ୍ଥିତିକୁ ଉପଲବ୍ଧ କରି ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ସମସ୍ତ ଆସବାବ ପତ୍ରର ଆନୁମାନିକ ମୂଲ୍ୟ ଆକଳନ କରିବା ସହ ଜିଲ୍ଲା ପ୍ରଶାସନଙ୍କୁ ସହାୟତା ଯୋଗାଇ ଦେବାପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ ଏବଂ ପରବର୍ତ୍ତୀ ତଦନ୍ତ ପ୍ରକାରେ କ୍ଷତିପୂରଣ ବାବଦକୁ ପ୍ରହଲ୍ଲାଦ କହଁରଙ୍କୁ ସରକାରୀ ସହାୟତା ୧ ଲକ୍ଷ ୧ ହଜାର ୯୦୦ ଟଙ୍କା ଅନୁମୋଦନ କରାଯାଇଥିଲା । ତହସିଲଦାର ସ୍ଵପ୍ନିତା ନାୟକ ଏବଂ ରାଜସ୍ବ ନିରୀକ୍ଷକ ରିତାଂଜଳି କହଁର,  ପ୍ରହଲ୍ଲାଦ କହଁରଙ୍କ ପଲିଥିନ ତଳେ ରହୁଥିବା ଘରକୁ ଯାଇ ୧ ଲକ୍ଷ ୧ ହଜାର ୯୦୦ ଟଙ୍କାର ଚିଠି ପ୍ରଦାନ କରିବା ସହ ଖଜୁରୀପଡା ସ୍ଥିତ ଷ୍ଟେଟବ୍ୟାଙ୍କରୁ ସେମାନଙ୍କ ସହାୟତା ଅର୍ଥ ନେଇପାରିବେ ବୋଲି କହିଥିଲେ । ପୂର୍ବରୁ ମଧ୍ୟ ଉରୁମୁଣ୍ଡାର ଜଣେ ମାନସିକ ରୋଗଗ୍ରସ୍ତ ଝିଅ ଏବଂ ଅସହାୟ ବିଧବା ମହିଳାଙ୍କୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଥିବା ତହସିଲଦାର ଶ୍ରୀମତୀ ନାୟକ ଆଜି ପୁଣି ଜଣେ ଅସହାୟ ପରିବାର ମୁହଁରେ ହସ ଫୁଟାଇବାରେ ସହଯୋଗ କରିଛନ୍ତି । ଆଜି ବିପଦ ବେଳେ ଏଭଳି ସହାୟତା ପାଇବା ପରେ ତହସିଲଦାର ସ୍ୱପ୍ନିତା ନାୟକଙ୍କୁ କୋହଭରା କଣ୍ଠରେ ସାଧୁବାଦ୍ ଜଣାଇଥିଲେ ପ୍ରହଲ୍ଲାଦ କହଁର ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ