ଅସହାୟମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସହାୟତା ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବଡପଦା ପଞ୍ଚାୟତ କଂଗ୍ରେସ ସଭାପତି ସଞ୍ଜୀବ ବେବର୍ତ୍ତା ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ତତ୍ୱାବଧାନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ବ୍ରହ୍ମପୁର ଲୋକସଭା ସାଂସଦ ଭାବେ ପ୍ରତିଦ୍ନ୍‌ିତା କରିଥିବା ଭି.ଚନ୍ଦ୍ରଶେଖର ନାଇଡୁଙ୍କ ଅନୁଦାନରେ ଅସହାୟ ଓ ବିଧବା ପୁରୁଷ ଓ ମହିଳା ମାନଙ୍କୁ ବଡପାଦ ଗ୍ରାମର ଚର୍ଚ୍ଚ ପଡିଆ ଠାରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ବଡପଦା ଗ୍ରାମର ୫୦ରୁ ଉର୍ଦ୍ଧ ଅସହାୟ ଏବଂ ବିଧବା ପୁରୁଷ ଓ ମହିଳା ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ଗ୍ରାମର ବୟୋଜ୍ୟୋଷ୍ଠ କଂଗ୍ରେସ କର୍ମୀ ସୁରଥ ଛିଞ୍ଜାଣୀ, ନହସୋନ ପ୍ରଦାନ, ମିଖାଏଲ୍ କର, ବିଭୁଦାଶ ପାଣି ଓ ତେଜବାନ କରି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ