ଅସହାୟ ଅବସ୍ଥାରେ ଅହଲ୍ୟା ଓ ମିତୁରାଣୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କଥାରେ ଅଛି ମା ନାହିଁ ଯାହାର ସାହା ନାହିଁ ତାହାର । ଏହି ଉକ୍ତିର ମର୍ମ ଏବେ ବାଙ୍ଗୋର ଗ୍ରାମର ଦୁଇ ଝିଅ ଅଙ୍ଗେ ଅଙ୍ଗେ ଲିଭାଉଛନ୍ତି । ସେମାନଙ୍କ ଭବିଷ୍ୟତ କଣ ହେବ ଓ ସେମାନେ କିପରି ସେମାନେ ବଡ ହୋଇ ସମାଜରେ ତିଷ୍ଠି ରହିବେ ସେ ଚିନ୍ତାରେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମର ସ୍ୱର୍ଗତ ହରିହର ପୃଷ୍ଟି ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଥିଲେ । ସେ ଗତ ୭ବର୍ଷ ପୁର୍ବେ ରକ୍ତ କର୍କଟ ରୋଗରେ ମୃତ୍ୟୁ ବରଣ କରିବାପରେ ସ୍ତ୍ରୀ ଲୀଳାବତୀ ପୃଷ୍ଟି ନିଜର ପରିବାର ଚଳାଇବା ଲାଗି ବାଙ୍ଗୋର ମାଙ୍କଡ ମୁଣ୍ଡିଆ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ କରୁଥିଲେ । ସେଥିରୁ ଯାହା ମିଳୁଥିଲା ସେଇଥିରେ ନିଜ ଦୁଇ ଝିଅକୁ ଧରି ବହୁ ଦୁଖେକଷ୍ଟେ ଚଳିଯାଉଥିଲେ । ବଡ ଝିଅ ଅହଲ୍ୟା ଏବେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ସାନ ଝିଅ ମିତୁରାଣୀ ଏବେ ୫ମଶ୍ରେଣୀର ଛାତ୍ରୀ । ମାତ୍ର ବିଧିର ବିଧାନ ବଡ ବିଚିତ୍ର । ସେ ଗତ ଡିସେମ୍ବର ୭ତାରିଖରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରୁଥିବା ସମୟରେ ଅସାବଧାନତା ବସତଃ ତାଙ୍କ ପିନ୍ଧା ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ଶିକ୍ଷକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ । ମାତ୍ର ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ନଘଟିବାରୁ ତାଙ୍କୁ କଟକ ବଡ ଡାକ୍ତରଖନାକୁ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ଗତ ଡିସେମ୍ବର ୨୦ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ମାର ମୃତ୍ୟୁ ପରେ ଏବେ ଅହଲ୍ୟା ଓ ମିତୁରାଣୀ ଅସହାୟ ହୋଇପଡିଛନ୍ତି । ସେମାନଙ୍କ ପାଖରେ ଚଳିବାକୁ କିଛିବି ସମ୍ବଳ ନାହିଁ । ସାହି ପଡିଶା ଦାଦାଘର ଯାହା କିଛି ସହଯୋଗ କରି ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି । ବଡଝିଅ ଅହଲ୍ୟା ନିଜେ ଶିକ୍ଷାଲାଭ କରିବା ସହିତ ମିତୁର ସମସ୍ତ ଯତ୍ନ ନେଉଛନ୍ତି । ତାର ଖାଇବା ପିଇବା ଠାରୁ ଆରମ୍ଭ କରି ପଢ଼ାପଢ଼ିର ସମସ୍ତ ବ୍ୟବସ୍ଥା କରୁଛନ୍ତି । ସରକାର ଗରିବ ଆଦାବସୀ ମାନଙ୍କ ପାଇଁ ଅନେକ ଯୋଜନା କରିଥିବାବେଳେ ଏମାନଙ୍କ ପାଖରେ କେବେ ସରକାରୀ ଯୋଜନା ଓ ସହାୟତା ପହଞ୍ଚିବ ତାହାକୁ ଗ୍ରାମବାସୀମାନେ ଅପେକ୍ଷା କରି ରହିଛନ୍ତି । ପ୍ରଶାସନ ଏହି ଦୁଇ ଝିଅଙ୍କ ପ୍ରତିପୋଷଣ ସହ ସେମାନଙ୍କ ଶିକ୍ଷାଦାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅକ୍ଷୟ କୁମାର ସାହୁ, ମାନୀ ପୃଷ୍ଟି, ପାକ ମାଝୀ, ବିନିତା ମାଝୀ, ସୁକାନ୍ତି ନାଇକ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ