ଅସହାୟ ଅବସ୍ଥାରେ ରାତିରେ ବୁଲିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ଛକଠାରେ ରାତ୍ରି ସମୟରେ ଅସହାୟ ଅବସ୍ଥାରେ ବୁଲୁଥିବା ଜୈନିକ ବୃଦ୍ଧାଙ୍କୁ ଉଦ୍ଧାର କରି ଘରେ ଛାଡିଛନ୍ତି ସ୍ୱେଚ୍ଛାସେବୀ ମାନେ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ହୁମ୍ମା ଫାଣ୍ଡି ଅନ୍ତର୍ଗତ ପାଲୁର ଛକଠାରେ ରାତିରେ ଜୈନିକ ବୃଦ୍ଧା ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ସ୍ୱେଚ୍ଛାସେବୀ ଶ୍ୱେତ ପ୍ରଧାନ ଦେଖିବାକୁ ପାଇଥିଲେ । ଏନେଇ ସେ ଗଞ୍ଜାମ ସହରର ସ୍ୱେଚ୍ଛାସେବୀ ପ୍ରଭାତ ବିଶ୍ୱାଳ ଓ ସୀମାଞ୍ଚଳ ଦାସ ଓ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ଖବର ଦେଇଥିଲେ। ପରେ ଉକ୍ତ ବୃଦ୍ଧାଙ୍କୁ ତାଙ୍କର ପରିଚୟ ପଚାରିଥିଲେ ମୁନିସିପେଣ୍ଠ କହିବା ସହ ସଠିକ ଭାବେ କହିପାରିନଥିଲେ । ପରେ ତାଙ୍କର ଫୋଟ ବିଭିନ୍ନ ସୋସିଆଲ ମିଡ଼ିଆ ଓ ଗ୍ରୁପରେ ପକାଇବା ପରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ମୁନିସିପେଣ୍ଠ ଗ୍ରାମର ସାମାଜିକ କର୍ମୀ ସୁଦାମ ସାହୁ ଚିହ୍ନଟ କରିଥିଲେ । ତାଙ୍କର ଘର ମୁନିସିପେଣ୍ଠ,ନାମ ଯମୁନା ବେହେରା । ତାଙ୍କର ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ , ବାହାର ରାଜ୍ୟରେ ପୁଅ ଥିବା କହିଥିଲେ। ପରେ ଏକ ଅଟୋ ସାହାଯ୍ୟରେ ତାଙ୍କ ଗ୍ରାମରେ ରାତିରେ ହିଁ ଛଡାଯାଇଥିଲା ତାଙ୍କ ଗ୍ରାମରେ।