ଅସହାୟ ଓ ନିରାଶ୍ରୟମାନଙ୍କୁ ଖାଦ୍ରସାମଗ୍ରୀ ବଂଟନ କଲେ ସଂଗ୍ରାମ ସ୍ପୋର୍ଟ୍ସ କ୍ଲବ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି, କମିବାର ନା ଧରୁନି । ତେଣୁ ସରକାର ଲକଡାଉନ ଅବଧି ବଢ଼ାଇ ଚାଲିଛନ୍ତି । ଏହି ଲକଡାଉନ ପାଇଁ ଗରିବ, ଅସହାୟ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ କାମଧନ୍ଦା ବନ୍ଦ ଯୋଗୁଁ ଦୁର୍ଦ୍ଦଶା ବଢ଼ୁଛି । ଏପରି ଘଡ଼ସନ୍ଧି ମୁହୂର୍ତରେ ସହାୟତା କରିବାକୁ ଆଗେଇ ଆସିଛନ୍ତି ଛତ୍ରପୁରର ଅଗ୍ରଣୀ ଅନୁଷ୍ଠାନ ସଂଗ୍ରାମ ସ୍ପୋର୍ଟ୍ସ କ୍ଲବ । ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସକାଳ ୮ଟାରେ ଛତ୍ରପୁର ସହରର ନିହାତି ଗରିବ ଅସହାୟ ଯେଉଁମାନେ ରାସନ କାର୍ଡ଼ରୁ ବଂଚିତ ହୋଇଛନ୍ତି, ସେମାନଙ୍କୁ ଚାଉଳ ଓ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ସଭାପତି ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡିଙ୍କ ନେତୃତ୍ୱରେ ବଂଟନ କରାଯାଇଛି । ଏହାଦ୍ୱାରା ବହୁ ଅସହାୟ ଓ ନିରାଶ୍ରୟ ଲୋକମାନେ ଉପକୃତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭ୍ୟ ଏନ.ଗିରିଧର ରାଓ, ଆର.ୟୋଗେଶ୍ୱର ରାଓ, ଶ୍ରୀକାନ୍ତ ସେନାପତି, ବସନ୍ତ ପଣ୍ଡା, ରାମପାନି କୁମାର, ବାବୁଲା ଦୋରା, ଏନ.ହରି ଓ ଗୌତମ ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଖାଦ୍ୟ ସାମଗ୍ରୀ ବଂଟନ କରିବା ସହ କରୋନାରୁ କିପରି ଦୂରେଇ ରହିବେ ଏଥିନିମନ୍ତେ ଲୋକମାନଙ୍କୁ ସଚେତନା କରାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ