ଅସହାୟ ଗରିବ ଓ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲା ବନ୍ତ ପଞ୍ଚାୟତରେ ଅସହାୟ ଗରିବ ତଥା ବାହାର ରାଜ୍ୟ ଓ ଜିଲାର ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ବନ୍ତସ୍ଥିତ ମହତାବ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ମା’ଦକ୍ଷିଣ ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ସରପଞ୍ଚ କୃପାସିନ୍ଧୁ ସେଠୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁଦତ୍ତ ପାତ୍ର ଓ ଏମ୍.ବି.କେ କଳ୍ପନା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗତ ମାର୍ଚ୍ଚ ୩୧ ଠାରୁ ଅଦ୍ୟାବଧି ଦୈନିକ ୫୦ ଜଣ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶାନ୍ତିଲତା ସାହୁ, ସମ୍ପାଦିକା ମୋନାଲିସା ବେହେରାଙ୍କ ସମେତ ସମସ୍ତ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଏହା ବ୍ୟତୀତ ଅନ୍ୟ ଲୋକଙ୍କୁ ଚିହ୍ନଟ କରି ରନ୍ଧାଖାଦ୍ୟ ଯୋଗାଇ ଦେବାର ପ୍ରକ୍ରିୟା ଜାରି ରହିଛି ବୋଲି ପଞ୍ଚାୟତ ଦାୟୀତ୍ୱରେ ଥିବା ଡି.ଡବ୍ଲ୍ୟୁ.ଡବ୍ଲ୍ୟୁ.ସି ଏନ୍.ଜି.ଓର ସମ୍ପାଦକ ଗୟାଧର ଜେନା କହିଛନ୍ତି ।


