ଅସହାୟ ଗରିବ ଲୋକଙ୍କୁ ବସ୍ତ୍ର ବଣ୍ଟନ କଲା କଂଗ୍ରେସ

ବନ୍ତ, (ଚାନ୍ଦିନୀ ମହାନ୍ତି):ପ୍ରାକ୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଉପଲକ୍ଷେ ଶୁକ୍ରବାର ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ତସ୍ଥିତ ଦୁର୍ଗା ମଣ୍ଡପ ଠାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ୱ ଅସହାୟ ଗରିବ ବିପନ୍ନ ମହିଳା ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି । ଏଥିସହିତ ଭାରତ ଚୀନ୍ ସୀମାନ୍ତ ଗଲ୍‌ୱାନା ଘାଟିରେ ଚୀନ୍ ସେନାଙ୍କ ଦ୍ୱାରା ବର୍ବରୋଚିତ ଆକ୍ରମଣରେ ଦେଶ ପାଇଁ ଲଢେଇ କରି ସହୀଦ୍ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ନିରଞ୍ଜନ ମଲ୍ଲିକ, ହରମୋହନ ବେହେରା, ମାର୍କଣ୍ଡ ବେହେରା, ଜ୍ୟୋତି ରଞ୍ଜନ ନାୟକ, କାହ୍ନା ନାୟକ, ପ୍ରଦ୍ୟୁମ୍ନ ଦାସ, ରାଜ କିଶୋର ପଣ୍ଡା, ସାଦ୍ ସିଦ୍ଧିକ୍‌, ସୟଦ୍ ମେହେଫୁଜ୍‌, ଅଜୟ ଜେନା, ଶ୍ୟାମାନନ୍ଦ ମଇକାପ, ନର ଜେନା, ସୁବାଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ