ଅସହାୟ ଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ଖୁଆଇଲେ ପୋଲିସ କନେଷ୍ଟବଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କୋରନା ମହାମାରୀ ଯୋଗୁଁ ଦେଶରେ ଲକଡାଉନ ପରିସ୍ଥିତି, ଏହି ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ରାଜ୍ୟ ବାହାରର ଶତାଧିକ ଲୋକେ l ଏଭଳି ସମୟରେ ପୋଲିସ ବାହିନୀ ଆଗ ଧାଡି ର କୋରନା ଯୋଦ୍ଧା ସାଜି ବିଭିନ୍ନ କାର୍ଯ୍ୟ ତୁଲାଇ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇ ପାରିଛି l ଏପରିକି ନିଜ ଖାଇବା ଖାଦ୍ୟ ରୁ କାଟି ଭୋକିଲା କୁ ଆହାର ଦେଇ ଜଣେ କର୍ତ୍ତବ୍ୟରତ କନେଷ୍ଟବଳ ମହାନତା ର ପରିଚୟ ଦେଇଛନ୍ତି l ସେ ହେଉଛନ୍ତି ବାଲିଗୁଡା ନୁଆସାହି ବାସିନ୍ଦା କନେଷ୍ଟବଳ ବିଘ୍ନ ରାଜ ପ୍ରଧାନ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ରାମପୁର ଛକ ରେ ଡ଼ିଉଟି କରୁଥିବା ବେଳେ ଜଣେ ବାହାର ରାଜ୍ୟ ର ଭୋକିଲା ଲୋକ ଚାଲି ଚାଲି ଆସି ପହଂଚିଥିଲେ l ଏହି ସମୟରେ କନେଷ୍ଟବଳ ବିଘ୍ନରାଜ ଲୋକଟି ଭୋକିଲା ଥିବା ଜାଣିପାରି ନିଜ ପାଇଁ ଆଣି ଥିବା ଖାଦ୍ୟକୁ ଉକ୍ତ ଲୋକଟି କୁ ଖାଇବାକୁ ଦେଇ ଥିଲେ l କନେଷ୍ଟବଳ ଙ୍କ ଏହି ମାନବିକତା କାମ ପାଇଁ କନ୍ଧମାଳ ଏସପି ପ୍ରତୀକ ସିଂ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି. ଏହି ଘଟଣା ଏବେ ସୋସିଆଲ ମିଡିଆରେ ପୋଲିସ ର ମହାନତା କାର୍ଯ୍ୟ ପାଇଁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଛି ଏବଂ କନେଷ୍ଟବଳ ବିଘ୍ନରାଜ କୁ ମଧ୍ୟ ବିଭିନ୍ନ ମହଲ ରେ ଏଭଳି ମାନବିକତା ସେବା ପାଇଁ ପ୍ରଶଂସା କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ