ଅସହାୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପରିବାର ପ୍ରତି ସହାୟତା
ଜଗତସିଂହପୁର, (ଅନସୂୟା ରାଉତ): ବାଲିକୁଦା ବ୍ଲକ ଅନ୍ତର୍ଗତ ଏକ ମୁଳୁଗାଁ ପଞ୍ଚାୟତର କରମଙ୍ଗ ଗ୍ରାମର ପକ୍ଷାଘାତ ରୋଗରେ ଆକ୍ରାନ୍ତ ପୁରସ୍ତମଦାସଙ୍କୁ ବିଭିନ୍ନ ଦିଗରୁ ସହୟତାର ସୁଅ ଛୁଟିଛି। ମୁଳୁଗାଁ ପଞ୍ଚାୟତରବର ବିଜୁ ଯୁବ ବାହୀନି ତରଫରୁ ସହାୟତା ପ୍ରଦାନ କରାଯାଇଛି। ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା,ଯୁବସମାଜସେବୀ ରାକେଶ ମହାପାତ୍ର, ଦଧିବାମନ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ,ମୁନା ରାଉତ ପ୍ରଭୃତି ଉପସ୍ଥିତ ହୋଇ ଅସହାୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପରିବାରକୁ ଚାଉଳ, ଚୁଡା, ବିସ୍କୁଟ ଇତ୍ୟାଦି ପ୍ରଦାନ କରିଥିଲେ। ଯୁବବାହୀନି ତରଫରୁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନିକଟରେ ପହଞ୍ଚି ବିଜୁ ପକ୍କା ଗୃହ, ରାସନ କାର୍ଡ ଆଦି ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଛନ୍ତି। ଅପରାହ୍ଣରେ ରାଜ୍ୟ ବିଜୁ ଯୁବ ସଂଗଠନର ସଂପାଦକ କମଳାକାନ୍ତ ମହାପାତ୍ର ଅସହାୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପରିବାର ପ୍ରତି ସହାୟତା ପ୍ରଦାନ କରିଥିଲେ। ସେ ମଧ୍ୟ ଚୁଡା, ଚାଉଳ, ବିସ୍କୁଟ, ଡାଲି ପ୍ରଭୃତି ପ୍ରଦାନ କରିବା ସହିତ ସେହି ପଡା ଗ୍ରାମର ସମସ୍ତ ପରିବାରକୁ ମାକ୍ସ ପ୍ରଦାନ କରିଥିଲେ। ତାଙ୍କ ସହିତ ବ୍ଲକ ବିଜେଡି କାର୍ଯ୍ୟ କାରୀ ସଭାପତି ରବୀନ୍ଦ୍ର କୁମାର ରାଉତ, ସମାଜସେବୀ ସଙ୍କରର୍ଷଣ ରାଉତ। ଯୁବନେତା ଲଲିତ କୁମାର ରାଉତରାୟ, ତପନ କୁମାର ମହାରଣା ପ୍ରଭୃତି ଉପସ୍ଥିତ ଥିଲେ। ମହାପାତ୍ର ଏବେ ଉପନିର୍ବାଚନ କାର୍ଯ୍ଯରେ ବ୍ଯସ୍ତ ଥିବା ମାନ୍ଯବର ଜଳସଂପଦ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଅସହାୟ ପରିବାରର ସମସ୍ଯା ସଂପର୍କରେ ଆଲୋଚନା କରିଛନ୍ତି।