ଅସହାୟ ପରିବାରକୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଏବେ ଭି ଅବହେଳିତ ହୋଇ ରହିଛନ୍ତି ଗ୍ରାମାଞ୍ଚଳରେ ଅସହାୟ ଗରିବ ଦୁଖୀ ପରିବାର ସେମାନଙ୍କ ପାଖରେ ସାରକଙ୍କର ଯୋଜନା ଠିକ ସମୟରେ ପହଞ୍ଚି ପାରୁନାହିଁ | ଗରିବ ପରିବାର ପ୍ରତି ପ୍ରଶାସନିକ ସ୍ତରରେ ସହଯୋଗର ଅଭାବ ପରିଲକ୍ଷିତ ହେଉଛି | ଏଭଳି ସ୍ଥଳେ ବ୍ରହ୍ମପୁର ସ୍ତିତ କାହ୍ନା ଚାରିଟେବୁଲ ଟ୍ରଷ୍ଟ ସହାୟତାର ହାତ ବଢ଼ାଇଛନ୍ତି | ଏଭଳି ଅବହେଳିତ ପରିବାରର ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମପଞ୍ଚାୟତର ପ୍ରଫୁଲ ବେହେରା ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପରିବାରଟି ଏବେ ଅସହାୟ ହୋଇପଡିଛି | ଘରେ ବୃଦ୍ଧା ମା,ବିଧବା ସ୍ତ୍ରୀ, ଚାରି ବର୍ଷର ପୁଅ ଓ ସତ ବର୍ଷର ଝିଅ ଏବେ ବେସାହାରା | ଭଙ୍ଗା ଚାଳ କୁଡ଼ିଆରେ ଜୀବନ ଯାପନ କରୁଛନ୍ତି ଏହି ପରିବାର | ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ବ୍ରହ୍ମପୁର ସ୍ତିତ କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ରଞ୍ଜନା ମିଶ୍ରଙ୍କର ସହାୟତାରେ ସଭାପତି ପ୍ରଣବ ପଣ୍ଡା,ସମ୍ପାଦିତ ସୋମ୍ୟକାନ୍ତ ମହାପାତ୍ର, ବିଶ୍ୱନାଥ ପାତ୍ର ,ସୁଜାତା ମହାପାତ୍ର,ରାମଚନ୍ଦ୍ର ପଣ୍ଡା, ଶ୍ରଦ୍ଧାଞ୍ଜଳି ପାଢୀ, ବିଷ୍ଣୁପ୍ରିୟା ପାଢୀ,ତମନ୍ନା ନାୟକ,କଳ୍ପନା ନାୟକ, ସସ୍ମିତା ମିଶ୍ର ଏମାନେ ଖଲିଙ୍ଗି ଗ୍ରାମରେ ପହଞ୍ଚି ଉକ୍ତ ପରିବାରକୁ ତିନି ମାସ ପାଇଁ ଚାଉଳ ,ଡାଲି,ରାସନ ସାମାନ ସହ ଏଗାରସହ ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ | ଏବଂ ତା ସହ ପୁଅ ଝିଅଙ୍କର ପାଠ ପଢା ପାଇଁ ଟ୍ରଷ୍ଟ ପକ୍ଷରୁ ସହାୟତା ଯୋଗାଇଦେବା ବୋଲି ପ୍ରତିଶୃତି ଦେବା ଜଣାପଡିଛି | ଏଭଳି ଗରିବ ପରିବାରକୁ ଉକ୍ତ ସଂସ୍ଥା ପକ୍ଷରୁ ସହଯୋଗ କରୁଥିବାରୁ ସେହି ଅଞ୍ଚଳର ବୁଦ୍ଧିଜୀବୀ ଓ ଗ୍ରାମବାସୀ ମାନେ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ