ଅସହାୟ ପରିବାରକୁ ସହାୟତା କଲା ମାନବ ସେବା ସଙ୍ଗଠନ

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦୁଝର ଜିଲା ହାଟଡିହୀ ଗ୍ରାମର ସ୍ୱର୍ଗତ ଗଙ୍ଗାଧର ଜେନାଙ୍କ ଅସହାୟ ପରିବାରକୁ ଭଦ୍ରକସ୍ଥିତ ମାନବ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଗଠନର ସଦସ୍ୟ ଚିତ୍ତ ରଞ୍ଜନ ସାହୁ, ମନୋରଞ୍ଜନ ଦାସ, ରାଜେଶ କୁମାର ଜେନା, ଭାଗବତ ଦାସ, ପାର୍ଥସାରଥୀ ଦାସ, ବିଭୁତି ଭୂଷଣ ନାୟକ, ରାହୁଲ କୁମାର ଦାସ ପ୍ରମୁଖ ସଂପୃକ୍ତ ଅସହାୟ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଖାଦ୍ୟସାମଗ୍ରୀ ପ୍ରଦାନ କରିଥିବା ଜଣାଯାଇଛି । ଗତ ନଭେମ୍ବର ୨୯ ତାରିଖରେ ଗଙ୍ଗାଧର କୌଣସି ଏକ ଜରୁରୀ କାର୍ଯ୍ୟରେ ବଜାରକୁ ଯାଉଥିବା ବେଳେ ତାଙ୍କୁ ଏକ ଅଜଣା ବାଇକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁରେ ବିଧବା ପତ୍ନୀ ଜୟନ୍ତୀଙ୍କ ସମେତ ୨ ପୁଅ ଓ ରୋଗିଣା ଶାଶୁ ଦୁଃଖରେ ଭାଙ୍ଗି ପଡିବା ସହ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ପରିବାର ଚଳାଇବା ସହିତ ୨ ପୁଅଙ୍କୁ ପାଠ ପଢାଇବା ଜୟନ୍ତୀଙ୍କ ପାଇଁ କଷ୍ଟକର ହୋଇପଡିଛି । ଗୋଟିଏ ପୁଅ ୫ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅନ୍ୟ ଜଣେ ପୁଅ ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ôଚତ ହୋଇଛନ୍ତି । ଅପରପକ୍ଷେ ଜୟନ୍ତୀଙ୍କ ପାଇଁ ସରକାରୀ ସହାୟତା ସାତସପନ ହୋଇଛି । ଘରେ ବିଜୁଳି ଆଲୋକ ନଥିବା ବେଳେ ଆର୍ଥିକ ଅନାଟନ ତାଙ୍କ ପାଇଁ ବୋଝ ଉପରେ କୋରଡା ସଦୃଶ ହୋଇଛି । ଜିଲା ପ୍ରଶାସନ ସଂପୃକ୍ତ ମହିଳାଙ୍କୁ ବିଧବା ଭତ୍ତା ପ୍ରଦାନ ସହ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ