ଅସହାୟ ପରିବାରର ଦୁଃଖ ହେଲା ଦୂର
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକର ପୋଟ୍ଟଲାମପୁର ପଂଚାୟତର ବସନ୍ତ ସେଠୀଙ୍କ ଛୋଟ ପୁଅ ପିୟୁସ କୀଡନୀ ଜନିତ ରୋଗରେ ପିଡିତ ରହିଥିଲେ । ବସନ୍ତ ଜଣେ ଗରିବ ଲୋକ ହୋଇଥିବାରୁ ପୁଅର ଚିକିତ୍ସା କରିବା ନିମନ୍ତେ ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ସେ ଚିନ୍ତାରେ ଥଲେ । ପିଲାର ନାମ ରାସନ କାର୍ଡରେ ନଥିବାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତାଙ୍କ ପୁଅର ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବପର ନଥିଲା । ପଂଚାୟତର ଯୁବନେତା ସୁକାନ୍ତ ନାହାକ ଓ କିଛି ସମାଜସେବୀ ଏ ସମ୍ପର୍କରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ଓ ଛାତ୍ର ନେତା ସୌମ୍ୟ ପିୟୁସର ଉତ୍ତମ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁରୋଧ କରିଥିଲେ । ପରେ ୫ ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ବିଏସକେୱାଇ ର ଆଇଟି ଟିମ୍ ପକ୍ଷରୁ ବସନ୍ତଙ୍କ ପୁଅ ପିୟୁସ ର କିଭଳି ଉତ୍ତମ ଚିକିତ୍ସା କରାଯିବ ସେଥି ନିମନ୍ତେ ତତ୍ପରତା ଆରମ୍ଭ କରାଯାଇଥିଲା । ପିୟୁସ କୁ ବିଶାଖାପାଟଣାମ୍ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେଠାରେ ପିୟୁସ୍ ଙ୍କ ଉତ୍ତମ ଚିିତ୍ସା କରାଯାଉଛି ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି । ପିୟୁସ୍ ର ଚିକିତ୍ସା ଦିଗରେ ସାହାର୍ଯ୍ୟ କରାଯାଇଥିବାରୁ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଓ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।


