ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ସହାୟତା ମିଳିବ କେବେ?

କନ୍ଧମାଳ(ପ୍ରଶାନ୍ତ କୁମାର ବେହେରା): ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ନିକଟସ୍ତ ଭୁକ୍ତା କନାଲି ଗ୍ରାମରେ ଏଭଳି ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଦେଖିବାକୁ ମିଳିଛି । ଏହି ଗ୍ରାମରେ ଅସହାୟ ବୃଦ୍ଧ ବୃଦ୍ଧା ଅନ୍ତର୍ଯ୍ୟାମୀ ଦିଗାଲ , ରଇବାରି ଦିଗାଲ ବସବାସ କରନ୍ତି । ତାଙ୍କର ନିଜର କହିବାକୁ ଗଲେ କେହିନାହାନ୍ତି । ଝିଅ ଟିଏ ଥିଲା କିନ୍ତୁ ସେଇ ଝିଅ ଟି ଶାଶୁ ଘରକୁ ଯିବାପରେ ତାଙ୍କର ଦେଖାଶୁଣା କରିବାକୁ କିମ୍ବା ସେମାନଙ୍କୁ ଆହାପଦେ କହିବାକୁ କେହିନାହାନ୍ତି । ଫଳରେ ସରକାର ଦେଉଥିବା ବିକଳାଙ୍ଗ ଭତ୍ତା ୫୦୦ ଟଙ୍କା ଏବଂ ଚାଉଳ ୧୦ କେଜି କୁ ଗୋଟିଏ ଓଳି ଖାଇ ଆର ଓଳି କୁ ଭୋକ ଉପାସରେ ରହୁଛନ୍ତି । ଯଦି କେହି ସାହିପଡ଼ିଶା ତାଙ୍କ ଦୁଃଖ ଦେଖି ତୁରାଣୀ ମନ୍ଦେ ଦିଅନ୍ତି ତ ତାହା ପିଇ ଭୋକ ମେଟାନ୍ତି । ରଇବାରି ଦିଗାଲ ଙ୍କ କହିବା ଅନୁସାରେ ଆଜକୁ ପ୍ରାୟ ଦଶ ବର୍ଷ ହେବ ସ୍ୱାମୀ ପରାଲେସ ରେ ରୋଗ ଗ୍ରସ୍ତ ହେଇ ଆଖି ଅଦୃସ୍ୟ ହେବାସହିତ ବିକାଳଙ୍ଗ ହେଇଯାଇଛନ୍ତି । ବୁଢା ବୁଢ଼ୀ ଦୁହିଁଙ୍କର ଆଖି ଅଦୃଶ୍ୟ ହୋଇଥିବା ଯୋଗୁଁ ଯେ କୌଣସି ସ୍ଥାନକୁ ଗଲେ ଦରାଣ୍ଡି ଦରାଣ୍ଡି ଯାଆନ୍ତି । ଏହି ବୁଢା ବୁଢ଼ୀ ଦୁଇଜଣ ଝାଟି ମାଟି ଛୋଟ କୁଡ଼ିଆ ଘରେ ବସବାସ କରୁଥିବାବେଳେ ସମୟ ସମୟ ରେ ହେଉଥିବା କାଳ ବୋୟୀସାକ୍ଷୀ ବର୍ଷା ଓ ଝଡ଼ ତୋଫାନ ରେ କେତେବେଳେ ଘର ଭୁଶୁଡ଼ି ଯାଉଛି ତ କେତେବେଳେ ଛପର ଉଡ଼େଇ ନେଉଛି । ଏହି ପରିପ୍ରେଖୀରେ କାଳ ବୈଶାଖୀ ବର୍ଷାରେ ଘରର ଛପର ଉଡ଼େଇ ନେଇଁ ଥିବା ବଲସ୍କୁମ୍ପା ରାଜସ୍ୱ ନିରୀକ୍ଷକ ଅଧିକାରୀ ଙ୍କୁ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରିଥିଲେ । ସରକାର ଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନ ଥିବାରୁ ସତ୍ୟ କୁ ସାମ୍ନା କରୁଥିବା ଗଣମାଧ୍ୟମ ପ୍ରତିନିଧି କୁନା ଦିଗାଲ ଙ୍କ ଆଗରେ ରଇବାରି ଦିଗାଲ ଏବଂ ତାଙ୍କ ସ୍ବାମୀ ଅନ୍ତର୍ଯ୍ୟାମୀ ଦିଗାଲ କହୋଭରା କଣ୍ଠରେ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ହତାଶ ହେଇଥିଲେ ମଧ୍ୟ ଘର ଖଣ୍ଡେ କିମ୍ବା ପଲିଥିନ ଖଣ୍ଡେ ମଧ୍ୟ ପାଇପାରିନାହାନ୍ତି । ଏହି ବିଷୟ କୁ ନେଇ ବଲସ୍କୁମ୍ପା ରାଜସ୍ୱ ନିରୀକ୍ଷକ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେକି ସେଇ ଘଟଣା ଉପରେ ମୋର ସଠିକ୍ ମନେ ପଡ଼ୁନ ଥିବା କହି ବା ସହିତ ଯଦି ପୁନଃ ଆବେଦନ କରିବେ ତ ତାହେଲେ ତାଙ୍କୁ କିଛି ପଲିଥିନ ଦିଆଯିବ ବୋଲି ମତ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ସରକାରୀ ସହାୟତା ଏବଂ ଘର ଖଣ୍ଡେ ଯୋଗାଇ ଦେବାପାଇଁ ସେଇଗ୍ରାମ ର ମାଧବ ଦିଗାଲ, ସତ୍ୟସୁନ୍ଦର ଦିଗାଲ ଓ ମାଁ ଇଷ୍ଟଦେବୀ ଯୁବକଳା ପରିଷଦ ର ସମ୍ପାଦକ ବିଦୁର ବେହେରା ଏବଂ ସମାଜସେବୀ କୁନା ଦିଗାଲ , ସମାଜସେବୀ ବୈଦ୍ୟନାଥ ବେହେରା ପ୍ରମୁଖ ସରକାର ଙ୍କୁ ଅନୁରୋଧ କରିବା ସହିତ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଏଥିପ୍ରତି ଦୃଷ୍ଟି ଦେବାପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ