ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପାଣି ବଣ୍ଟନ

ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ):କୋରନା ସାରା ବିଶ୍ୱରେ ଡେଣା ମେଲାଇ ତାର କାୟା ବିସ୍ତାର କରି ଚାଲିଛି।ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଏହି ବିଶ୍ୱ ମହାମରୀ କୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।ତେବେ ଏହି ମହାମାରୀ ଯେପରି ବହୁ ଲୋକଙ୍କୁ ଆକ୍ରାନ୍ତ ନ କରିବ ସେଥିପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଚୌଦ୍ଵାର ଅଞ୍ଚଳ ରେ ନିଜ ଜୀବନକୁ ବିପଦରେ ପକାଇ ଦିନ ରାତି ଆମ ସୁରକ୍ଷା ପାଇଁ ଜାଗ୍ରତ ପୋଲିସ ବନ୍ଧୁ, ରାସ୍ତାରେ ବୁଲା ପଶୁ, ଏବଂ କିଛି ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପାଣି ଯୋଗାଇଛି ଚୌଦ୍ଵାର ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜୟନ୍ତୀ ନଗର ଯୁବକ ସଂଘ।ସଂଘ ର ସଭାପତି ନିହାର ରଞ୍ଜନ ରାଉତରାୟ, ଦୀପ୍ତି ରଞ୍ଜନ ସାହୁ, ସାର୍ଥକ ମହାନ୍ତି, ଶିବାଶିଷ ମହାପାତ୍ର, ସନ୍ତୋଷ ବର୍ମନ, ପ୍ରମୋଦ ସାହୁ, କେଶବ ବଳବନ୍ତ ରାୟ, ବାଟୁଧର ସାମଲ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ