ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଯୁବକ ସଂଘ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ବ୍ଲକ ଛୟାଳସିଂ ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ ଅସହାୟ ଆଦିବାସୀ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଯୁବକ ସଂଘର ଧର୍ମେନ୍ଦ୍ର ଜେନା, ଗଜେନ୍ଦ୍ର ଜେନା, ଶ୍ରଦ୍ଧା ରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ସାହୁ, ପ୍ରଶାନ୍ତ ସାହୁ, ସଦାଶିବ ସାହୁ, ଗୋବିନ୍ଦ ମହାନ୍ତି, ଜିତେନ୍ଦ୍ର ଜେନା, ଦେବେନ୍ଦ୍ର ବାରିକ, ଜଗନ୍ ମୁଖି, ବିଜୟ ଜେନା, ରଞ୍ଜିତ ପଣ୍ଡା, ଶ୍ରୀକାନ୍ତ ରାଉତ ପ୍ରମୁଖ ଛୟାଳସିଂ ଆଦିବାସୀ ସାହି, ଆମ୍ବଗଢିଆ ଆଦିବାସୀ ସାହି, ଗଣିଜାଙ୍ଗ ତରଡିପାଳ ଆଦିବାସୀ ସାହିର ପ୍ରାୟ ୭୦ ଜଣ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ କରୋନା ସଂପର୍କରେ ସଚେତନ କରାଇଥିଲେ ।


