ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ରୟାଲ୍ଟି ସୋସିଆଲ ସର୍ଭିସ୍
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପଞ୍ଚାୟତ ଗଭରପୁର ନିକଟସ୍ଥ ନଛିପୁର ଗ୍ରାମର ଅସହାୟ ଦଳିତ ପରିବାରଙ୍କୁ କଟକସ୍ଥିତ ରୟାଲଟି ସୋସିଆଲ ସର୍ଭିସ୍ ପକ୍ଷରୁ ଚାଉଳ, ଚୂଡା, ଅମୁଲ ଗୁଣ୍ଡ ବଣ୍ଟନ କରାଯାଇଛି । ଏଥିସହ କରୋନା ମହାମାରୀରୁ ରକ୍ଷା ପାଇବା ନେଇ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କୃପାସିନ୍ଧୁ ସେଠୀ, ସଂଗଠନର ମହେନ୍ଦ୍ର ଖୁଣ୍ଟିଆ, ଅଭିଷେକ ଜେନା, ସର୍ବେଶ୍ୱର ମହାନ୍ତି, ସୌମ୍ୟ ରଂଜନ ସାହୁ, ଅଭିଜିତ୍ ଜେନା, ମଧୁସ୍ମିତା ସାହୁ, ଦିବ୍ୟଜ୍ୟୋତି ପ୍ରିୟଦର୍ଶନୀ, ସୁବ୍ରତ, ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


