ଅସହାୟ ମାନଙ୍କୁ ୟୁଥ୍ ଫର୍ ସେବା ସଂଗଠନ ତରଫରୁ କମ୍ବଳ ବିତରଣ
ଚୌଦ୍ୱାର,(ଦୀପକ୍ କୁମାର ବେଉରା) :ବିଶ୍ଵ କରୋନା ମହାମାରୀ ପାଇଁ ସାରା ପୃଥିବୀ ତଥା ରାଜ୍ୟରେ ବହୁତ୍ ଲୋକ ନିଜର ରୋଜଗାର ହରାଇ ନାନା ଅସୁବିଧା ଓ ସମସ୍ୟା ର ସମ୍ମୁଖୀନ କରୁଥିବା ବେଳେ ଏଥିରୁ ବାଦ୍ ପଡି ନଥିଲେ ଆମ ସମାଜର କିଛି ଅସହାୟ ଶ୍ରେଣୀର ଲୋକମାନେ l ଏହି ଅସୁବିଧା କୁ ଆଖି ଆଗରେ ରଖି କଟକ ଚୌଦ୍ବାର ଅଗ୍ରିଣ ସ୍ବେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ “ସେବା” ତରଫରୁ ସଭାପତି ଶାରଦା ରଞ୍ଜନ ପରିଜାଙ୍କ ନେତୃତ୍ୱରେ ମଧ୍ୟ ରାତ୍ରୀରେ ଚୌଦ୍ଵାର ଠାରୁ ଆରମ୍ଭ କରି ମଙ୍ଗୁଳି ଛକ, ଜଗତପୁର ଗୋଲେଇ ଛକ , ଶିଖରପୁର, ବାଲିଯାତ୍ରା ପଡ଼ିଆ ରିଙ୍ଗ ବନ୍ଧ , ବାରବାଟି ଷ୍ଟାଡିୟମ୍ ଛକ, ଚଣ୍ଡୀ ମନ୍ଦିର ଛକ, ଦୋଳମୁଣ୍ଡାଇ ଛକ, ରାଣୀହାଟ ଛକ, କଲେଜ ଛକ , ବାଦାମବାଡ଼ି ବସଷ୍ଟାଣ୍ଡ, କଟକ ରେଳୱେ ଷ୍ଟେସନ ପ୍ରଭୃତି ସ୍ଥାନରେ ଶୀତ ରାତ୍ରୀରେ ବିନା ଶୀତ ବସ୍ତ୍ରରେ ରାସ୍ତା କଡ଼ରେ ଶୀତର ପ୍ରକପରେ ଅତି କଷ୍ଟରେ ଆଶ୍ରୟ ନେଉଥିବା ସମୟରେ ପାଖାପାଖି ୨୦୦ ଜଣ ଅସହାୟ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଶୀତ ନିୟନ୍ତ୍ରିତ ବସ୍ତ୍ର ଭାବେ କମ୍ବଳ ବିତରଣ କରାଯାଇଥିଲା l ଏହି ମହତ୍ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ତରଫରୁ ସମ୍ପାଦକ ସଞ୍ଜୟ ବେହେରା , କଲ୍ୟାଣ କମଲ ଭୂୟାଁ, ନିହାର ରଞ୍ଜନ ଦାସ, ଅନିରୁଦ୍ଧ ମହାନ୍ତି, ବନମାଳୀ ସାହୁ, ସନ୍ତୋଷ କୁମାର ସାହୁ, ଆଲୋକ ମହାପାତ୍ର,ସୌମ୍ୟ ରଞ୍ଜନ ବେଉରା , ଉମା ଚରଣ ସାହୁ, ଅନିଲ ସାହୁ, ମନୋରଞ୍ଜନ ଭୂୟାଁ, ସନ୍ତୋଷ ଲଳିତ ରାଉତରାୟ, ପ୍ରଭାତ ଭୂୟାଁ,ମାନସ ଭୂୟାଁ,ରଞ୍ଜିତ ଦାସ, କେଦାର ମହାନ୍ତି, ଚନ୍ଦନ ନାୟକ, ପ୍ରବୀଣ ପ୍ରଧାନ, ରୁଦ୍ର ରଞ୍ଜନ ଦାସ ପ୍ରଭୃତି ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ l


