ଅସହାୟ ଯୁବତୀକୁ ଆତ୍ମନିର୍ଭରଶୀଳ ପାଇଁ ସମାଜସେବୀ ସଂଗଠନର ସହାୟତା  

ହାଟଡ଼ିହି, (ବିକାଶ ବିଶ୍ୱାଳ): ଅସହାୟ ଯୁବତୀକୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟ ନେଇ ହ୍ୟୁମାନିଟ୍ ଲନର୍ସ ଟ୍ରଷ୍ଟ ଭୁବନେଶ୍ୱର ଏବଂ ଶୈଳବାଳା ଫାଉଣ୍ଡେସନ ଟ୍ରଷ୍ଟ ଇଞ୍ଚୋଳ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଅକରୁଆ ଗ୍ରାମର ଗୋଲକ ଯେନାଙ୍କ ପରିବାରରେ ୮ପରାଣୀ କୁଟୁମ୍ବ ଥିବାବେଳେ ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର । ପରିବାରର ସମସ୍ତ ସଦସ୍ୟ ଗୋଲକଙ୍କ ଉପରେ ନିର୍ଭରଶୀଳ । ଏପରିସ୍ଥଳେ ତାଙ୍କର ଝିଅ ଅନିତା ଯେନା ସିଲେଇ ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ବେକାର ହୋଇ ଘରେ ବସିରହୁôତଲେ । ଏ ଖବରପାଇ ଶୈଳବାଳା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ରାଜୀବ ନାୟକ ହ୍ୟୁମାନିଟ୍ ଲନର୍ସ ଟ୍ରଷ୍ଟ ଭୁବନେଶ୍ୱରକୁ ଜଣାଇବାପରେ ଟ୍ରଷ୍ଟର ସଦସ୍ୟ ସରୋଜ କୁମାର ଝା, ବିଭୁତି ଭୂଷଣ ସ୍ୱାଇଁ, ସନ୍ତୋଷ ଗୌଡ, ଅଭିଷେକ କର, ପ୍ରୀୟାଶୁଂ ପ୍ରିତମ, ରାଜୀବ ନାୟକ, ଅଜୟ କୁମାର ନାୟକ, ପ୍ରଫୁଲ କୁମାର ମହାନ୍ତି, ପ୍ରଭାତ କୁମାର ଜେନା, ଶଶାଙ୍କ କୁମାର ସେନାପତି ପ୍ରମୁଖ ଅକରୁଆ ଗ୍ରାମରେ ପହଞ୍ଚି ଅନିତାକୁ ଏକ ସିଲେଇ ମେସିନି ଦେବାସହ କିପରି ଆତ୍ମନିର୍ଭରଶୀଳ ହେବ ସେ ସମ୍ପର୍କରେ ତାକୁ ବୁଝାଇଥିଲେ । ସେହିପରି ବେଲବାହାଳି ଗ୍ରାମର ଅସହାୟ ମହିଳା ନିର୍ମଳା ସାହୁଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ତାଙ୍କୁ ମଧ୍ୟ ଏକ ସିଲେଇ ମେସିନି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ