ଅସହାୟ ରୋଗୀକୁ ସହାୟତାର ହାତ ବଢ଼ାଇଲେ କର୍ତ୍ତବ୍ୟ ସେବା ସଂଗଠନ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗ୍ରାମର ମହେଶ୍ୱର ଜେନା ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ହେଲା ଅଜଣାରେ ରୋଗର ଶୀକାର ହୋଇ ଘରେ ପଡି ରହିଛନ୍ତି । ଘରେ ତାଙ୍କର ସ୍ତ୍ରୀ ଓ ଜଣେ ନାଁବାଳକ ପୁଅ ଅଛି । ଆଥିକ ସମ୍ବଳ ଅଭାବରୁ ମହେଶ୍ୱର ତାଙ୍କର ଚିକିତ୍ସା କରାଇ ପାରୁ ନାହାନ୍ତି । ସେ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ସେ ଘରେ ପଡିରହିବାରୁ ଦିନେ ଚୁଲି ଜଳିଲେ ଦୁଇ ଦିନ ଓଉପବାସରେ ଦିନ କାଟୁଥିଲେ । ଏ ଖବର ସୋସିଆଲ ମିଡିଆରୁ ଜାଣିବାପରେ କର୍ତ୍ତବ୍ୟ ସେବା ସଂଗଠନର ସଦସ୍ୟ ସୁବ୍ରତ ଜେନା, ଆଲୋକ ଜେନା, ବିଶ୍ୱଜିତ ରାଉତ, ରାକେଶ କୁମାର ଜେନା, ମାନସ ଜେନା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ତିନି ମାସର ରାସନ ସାମଗ୍ରୀ ଯୋଗାଇ ଦେବାସହ ଆଥିକ ସହାୟତା ପ୍ରଦାନ କରିଛନ୍ତି ।


