ଅସହାୟ ରୋଗୀଙ୍କୁ ଗୋପବନ୍ଧୁ ଟ୍ରଷ୍ଟ ପକ୍ଷରୁ ସାହାର୍ଯ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ଗ୍ରାମ ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଟ୍ରଷ୍ଟ ପକ୍ଷରୁ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରାଯାଇଛି । ବାଲିପୋଖରୀ ପଞ୍ଚାୟତ ମାନ୍ତପୁର ଗ୍ରାମର ସ୍ୱର୍ଗତ ଟୁକୁନା ଚନ୍ଦଙ୍କ ୮ବର୍ଷର ପୁଅ ନିରଞ୍ଜନ ଚନ୍ଦ ହୃଦରୋଗରେ ପୀଡିତ । ଖବର ପାଇବା ପରେ ଟ୍ରଷ୍ଟ ସଭାପତି ବନମାଳୀ ପୃଷ୍ଟି, ସମ୍ପାଦକ ଅକ୍ଷୟ ଶତପଥି ଓ ସଦସ୍ୟମାନେ ଗ୍ରାମରେ ପହଞ୍ଚି ନିରଞ୍ଜନଙ୍କ ଚିକିତ୍ସା ପାଇଁ ତାଙ୍କ ମାଆ ରଶ୍ମିତାଙ୍କୁ ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ସେହିଭଳି ରାମଚନ୍ଦ୍ରପୁର ପଞ୍ଚାୟତ ଖଡିସିଙ୍ଗା ଗ୍ରାମର ନିରାକାର ଜେନା କିଡନୀ ରୋଗରେ ପୀଡିତ ହୋଇ କଟକ ଠାରେ ଚିକିତ୍ସା ହେଉଥିବାବେଳେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆର୍ଥିକ ରାଶି ପ୍ରଦାନ କରାଯାଇଛି ।


