ଅସହାୟ ସାଫିନିଙ୍କ ଚିକିତ୍ସା ପାଇଁ ଆଗକୁ ଆସିଲା ଜିଲ୍ଲା ପ୍ରଶାସନ
ମୋହନା. (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ର ଦଦୁଦୁଆଗ୍ରାମର ସାଫିନି ମଲିକ (୧୭)ବର୍ଷ । ନିଜ ପରିବାର ପୋଷିବା ପାଇଁ ଦାଦନ ଖଟିବାକୁ ନିଜ ଗ୍ରାମରୁ ବାହାରି କେରଳ ଯାଉଥିଲେ, ହେଲେ ଦୁର୍ଭାଗ୍ୟଜନକ ସେ ଟ୍ରେନ ରୁ ତଳକୁ ଓହ୍ଲାଇବା ବେଳେ ଚେନାଇ ଷେ୍ଷ୍ଟସନ ରେ ତାଙ୍କ ଗୋଡ଼ ଟ୍ରନର ମଝିରେ ପଶି ଯାଇଥିଲା । ସେଠାରୁ ପରିବାର ଲୋକଙ୍କୁ ଖବର ଜଣାଇଥିଲେ । ପରିବାର କହିଲେ ବିଧବା ମାଆ ୩୮ବର୍ଷର ଓ ସାନ ଭଉଣୀ୧୩ବର୍ଷର ନିହାତି ଗରିବ ପରିବାର । ଖବର ପାଇ ମାଆ ନିଜ ସମ୍ପର୍କୟ ଙ୍କୁ ଜଣାଇ ଋଣ ଭାର କରି ଚେନାଇ ରୁ୪୮ହଜାର ଟଙ୍କା ଖର୍ଚ୍ଚ କରି୧୦୮ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ କୁ ଆଣି ଭର୍ତ୍ତି କରିଥିଲେ, ସେଠି ଡାକ୍ତର ତାଙ୍କୁ ଗୋଡ଼ କଟା ଯିବ କହିବାରୁ ପରିବାର ପାଖରେ ଟଙ୍କା ଅଭାବ ଥିବାରୁ ସେଠୁ ଆଣି ନିଜ ଘରେ ରଖି ଦେଶୀ ଔଷଧ ରେ ଚିକିତ୍ସା କରୁଥିଲେ, ହେଲେ ଧୀରେ ଧୀରେ ଗୋଡ଼ ରୁ ମାଂସ ଖସିବାରେ ଲାଗିଲା, ଜାହାରି ଫୋଳରେ ପୁଣି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଚାଲିଛି । ଏହି ଖବର ମୋହନା ବ୍ଲକ ପ୍ରଶାସନ ଜାଣିବା ପରେ ବ୍ରହ୍ମପୁର ମେଡିକାଲ କୁ ଯାଇ ଯନ୍ତ୍ରୀ ହରେ କୃଷ୍ଣ ସାହୁ, ବିଡିଓ ସାର୍ଥକ ସୌରଭ ମହାପାତ୍ର ନିର୍ଦେଶକ୍ରମେ ୭ହଜାର ଟଙ୍କା ସହାୟତା ଦେଇ ଫେରିଛନ୍ତି । ଅନ୍ୟ ପଟେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିଦେଶରେ ମୋହନା ମେଡିକାଲରୁ ଏକ ଟିମ ବୁଧୁବାର ଦିନ ଦମାଦୁଆଗ୍ରାମକୁ ଯାଇ ତାଙ୍କରି ସମ୍ପର୍କୟଙ୍କୁ ଭେଟି ସରକାରଙ୍କ ପକ୍ଷରୁ ମେଡ଼ିକାଲ ସୁବିଧା ସବୁ ମାଗଣା ରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟରୁ ମଧ୍ୟ ଏକ ଟିମ ଗ୍ରାମରେ ପହଞ୍ଚିଥିଲେ । ଅଞ୍ଚଳ ବାସୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୁଗାଇଦେବା ପାଇଁ କହିଛନ୍ତି ।