ଅସହାୟ ସୋମବାରୀ ମାଝୀ ଙ୍କୁ ସାହାଯ୍ୟର ହାତ ବଢ଼ାଇଲା ମହିଳା କଂଗ୍ରେସ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲଷ୍ମୀପୂର ଗ୍ରାମପଞ୍ଚାୟତ ର ଦିଗ୍ରାପଡା ର ସୋମବାରୀ ମାଝୀ ନିଜ ସ୍ୱାମୀ କୁନୁ ମାଝୀ ବୟସ ୫୭ ଙ୍କୁ ଆଜିସକାଳୁ ତାଙ୍କର ସ୍ଵାସ୍ଥ୍ୟ ଖରାପ ହେବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରି ଥିଲେ l କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ହଠାତ ସ୍ୱାମୀର ମୃତ୍ୟୁରେ ସୋମବାରୀ ଭାଂଗିପଡି ନିଜ ସ୍ୱାମୀର ମୃତ ଦେହ ପାଖରେ ଉପାୟ ଶୂନ୍ୟ ଅବସ୍ଥାରେ ଠିଆ ହୋଇଥାନ୍ତି l କାରଣ ସ୍ୱାମୀଙ୍କୁ ଛାଡିଦେଲେ ତାଙ୍କର କେହି ନାହାନ୍ତି l ସ୍ୱାମୀଙ୍କ ଶବକୁ କିପରି ଗାଁକୁ ନେବେ, ସବସତ୍କାର କିପରି କରିବେ , ଆଗକୁ ସେ କିପରି ଚଳିବେ ସେ ଚିନ୍ତାରେ ଭାଂଗିପଡି ଅବାକ ହୋଇ ଠିଆ ହୋଇଥାନ୍ତି lଠିକ ଏହି ସମୟରେ ମହିଳା କଂଗ୍ରେସ ର ବରିଷ୍ଠ ନେତ୍ରୀ ପ୍ରମିଳା ବାତ୍ରା ଡାକ୍ତରଖାନା ପରିସରରେ ମୃତ ଦେହ ପାଖରେ ଜଣେ ବୁଢୀମା ଠିଆ ହୋଇଥିବାର ଦେଖି ତାଙ୍କୁ ପଚାରିଲେ l ବୁଢୀମାଙ୍କ ଠାରୁ ସମସ୍ତ କଥାଶୁଣି ତୁରନ୍ତ ନିଜଦଳର ସାଥିମାନଙ୍କ ସହ ଯୋଗାଯୋଗ କରିଥିଲେ l ମହିଳା କଂଗ୍ରେସ ର ଟାଉନ ସଭନେତ୍ରୀ ଚାରୁଲତା ଛତ୍ରିଆ, ରାଜ୍ୟ ଯୁବକଂଗ୍ରେସ ଉପସଭାନେତ୍ରୀ ମନ୍ଦାକିନୀ ବଣୁଆ, ଟାଉନ ସଭାପତି ସୁକାନ୍ତି ସରାଫ, ବରିଷ୍ଠ ନେତ୍ରୀ ରୋଜି ନାଏକ ପହଂଚି ଡାକ୍ତରଖାନାରୁ ମୃତଦେହକୁ ସବବାହକ ଗାଡିଯୋଗେ ଦିଗ୍ରାପଡା ଗାଁ କୁ ନେଇଥିଲେ l ସେଠାରେ ଗ୍ରାମବାସୀଙ୍କ ସହଯୋଗ ରେ ସମସ୍ତ ପ୍ରକାର ଅl ନୁସଙ୍ଗିକ ବ୍ୟବସ୍ଥା କରାଯିବାପରେ ସବ ସତ୍କାର କରାଯାଇଥିଲା l ସ୍ଥାନୀୟ ସରପଞ୍ଚ ଙ୍କ ସହ କଥାହେଲାପରେ ହରିଶ୍ଚନ୍ଦ୍ର ଯୋଜନାରେ ରେ ସୋମବାରୀଙ୍କୁ ସହଯୋଗକରିବେ ବୋଲି କଥାଦେଇଥିଲେ l ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ସଂଯୋଜକ ସରୋଜ ବାଗ ଗାଁକୁ ଯାଇ ସୋମବାରୀ ଙ୍କ ସହ କଥାହେବାସହ ଗ୍ରାମବାସୀ ଏବଂ ମହିଳା ନେତ୍ରୀ ମାନଙ୍କ ଏଭଳି ମହତ କାର୍ଯ୍ୟ ରେ ସହଯୋଗର ହତାବଢ଼େଇ ଥିବାରୁ କୃତଜ୍ଞତା ଜଣାଇଥିଲେ l