ଅସହାୟ ୪ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ଜିଲ୍ଲାପାଳ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଭିତ୍ତି ଭୂମି ତଦାରଖ କରି ଫେରୁଥିବା ବେଳେ ହଠାତ୍ ତାଙ୍କ ନଜର ପଡିଲା ରାସ୍ତା କଡେ ସଂଘର୍ଷମୟ ଜୀବନ କାଟୁଥିବା ୪ ହରିଜନ ପରିବାର ଉପରେ । ସେ ସଂଗେ ସଂଗେ କାର ରୁ ଓହ୍ଲାଇ ହରିଜନ ପରିବାରଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ପରେ ସେମାନଙ୍କ ର ସମସ୍ତ ସଦସ୍ୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରିଥିଲେ । ଏଥିପାଇଁ ପରିବାର ସଦସ୍ୟ ମାନେ ଜିଲ୍ଲାପଳକୁ କୃତଜ୍ଞତା ଜଣାଇଥିଲେ । ସେମାନେ ହେଲେ ପୋଡାପଦର ପଞ୍ଚାୟତ ଅଧୀନ ଛତ୍ରପୁର ଠାରୁ ମାଧପୁର ମୁଖ୍ୟ ରାସ୍ତା କଡେ ଖଜୁରୀ ଡାଳରେ ଝାଡୁ ତିଆରି ପ୍ରତିପୋଷଣ କରୁଥିବା ୪ ପରିବାର । ଏହି ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଜିଲ୍ଲପାଳଙ୍କ ସହ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


