ଅସହ୍ୟ ଗ୍ରୀଷ୍ମପ୍ରବାହ ତାତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା କୁ ବଢ଼ାଉଛି

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ରେ ଛଟପଟ ରାଜ୍ୟ ବାସୀ । ସକାଳ ହେଉ ହେଉ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଝାଞ୍ଜି ପବନ କୁ ଖରାର ପ୍ରକୋପ ବାହାରକୁ ବାହାରିବା ମୁସ୍କିଲ କରି ଦେଉଛି । ସମାନ ଅବସ୍ଥା ମୟୁରଭଞ୍ଜ ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡ ର କରଞ୍ଜିଆ ରେ ମଧ୍ୟ ଅସହ୍ୟ ଗରମ ସହିତ ଗୁଳୁଗୁଳି ରେ ଲୋକେ ଅସ୍ତବ୍ୟସ୍ତ। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟା କୁ ଦ୍ବିଗୁଣିତ କରୁଛି । ସବୁଦିନ ସେଇ ସମାନ ଅବସ୍ଥା । ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ଅଗ୍ନି ବର୍ଷା । ଦିନ ତମାମ ଜାଳୁଛି, ଭାଜୁଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ବଢ଼ିଲାଣି ଗୁଳୁଗୁଳି । ରାତିରେ ବି ଆଶ୍ୱସ୍ତି ମିଳୁନି । ଦିନ ୧୧ ହେବାବେଳକୁ ରାସ୍ତା ଘାଟ ଶୂନଶାନ ଲୋକେ ଛାଇ ଓ ଥଣ୍ଡା ଖୋଜୁଛନ୍ତି ସର୍ବାଧିକ ପ୍ରଭାବିତ ହେଉଛନ୍ତି ଖଟିଖିଆ, ଶ୍ରମିକ ଶ୍ରେଣୀର ଲୋକ ଓ ଛାତ୍ର ଛାତ୍ରୀ ବଜାର ରେ ଇନଭର୍ଟର ବିଦ୍ୟୁତ କାଟ ଯୋଗୁ ପଙ୍ଖା ଚାଲୁନି ଲୋକଙ୍କୁ କଲବଲ କରିଦେଲାଣି ଏ ଲମ୍ବା ଅବଧି ଗ୍ରୀଷ୍ମ ପ୍ରବାହ । ଆଉ କେତେ ଦିନ ଏମିତି କଲବଲ କରିବ ତାତି? ବର୍ଷା କେବେ ହେବ? ଏ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି କରି ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ତାଜା ପୂର୍ବାନୁମାନ ଯାହା, ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନିସ୍ତାର ନାହିଁ । ପ୍ରାୟ ମାସେ ହେବ ଜଳୁଥିବା ଆଭ୍ୟନ୍ତରୀଣ ଓଡ଼ିଶା ଆସନ୍ତା ୩/୪ ଭିତରେ ଆହୁରି ହୁତ୍‌ହୁତ୍‌ ହୋଇ ଜଳିବ । ପାରଦ ୪୫-୪୬ ଡିଗ୍ରୀ ଡେଇଁଯିବା ଆଶଙ୍କା ରହିଛି । ଉପକୂଳରେ ଏବେ ବିଶେଷ ବଢ଼ିନପାରେ । ହେଲେ ବିଶେଷ ଖସିବନି ବି ୨-୩ ଦିନ ଭିତରେ ।ଆଭ୍ୟନ୍ତରୀଣ ଓଡ଼ିଶା ଯେମିତି ଜଳୁଥିଲା, ସେମିତି ଜଳୁଛି । ଉପକୂଳରେ ମଙ୍ଗଳବାର ତାତି ସାମାନ୍ୟ ବଢ଼ିଥିବାବେଳେ ବୁଧବାର, ଗୁରୁବାର ତାପମାତ୍ରା ପୁଣି ବଢ଼ିଛି ।ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ଙ୍କ ତରଫରୁ ଏକ ପତ୍ର ମାଧ୍ୟମ ରେ ଆଗାମୀ ଦୁଇଦିନ ଧରି ତାପର ଲହରୀ ବୃଦ୍ଧି ପାଇବା ସମ୍ଭାବନା ଦୃଷ୍ଟିରୁ ରାଜ୍ୟ ବାସୀଙ୍କୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ବର୍ତ୍ତମାନ ୪-୫ ଦିନ ତାତିରୁ ନିସ୍ତାର ନାହିଁ । ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ମେ’ ପ୍ରଥମ ସପ୍ତାହରେ ତାତିରୁ ଆଶ୍ୱସ୍ତି ମିଳିପାରେ । ଆସନ୍ତା ୨-୩ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିପାରେ । ତେବେ ୨୯, ୩୦ ଓ ୧ ତାରିଖରେ କାଳବୈଶାଖୀ ସମ୍ଭାବନା ଅଛି । ଏହି କାଳବୈଶାଖୀ ହେଲେ ହିଁ ତାତି ଖସିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ମେ’ ୩ ଯାଏଁ ଗ୍ରୀଷ୍ମ ପ୍ରବାହ ରହିବ ରାଜ୍ୟରେ । ଉପକୂଳ ଓଡ଼ିଶାରେ କାଳ ବୈଶାଖୀ ହେଲେ ଆସନ୍ତା ୧ କିମ୍ବା ୨ ତାରିଖରେ ତାତି କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଯାଏଁ ତାତି କମିବା ସମ୍ଭାବନା କ୍ଷୀଣ । କାଳବୈଶାଖୀ ହେଲେ ଆସନ୍ତା ୪ କିମ୍ବା ୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମିବ । ବର୍ତ୍ତମାନ ଉପକୂଳରେ ୩୯ରୁ ୪୧ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୩-୪୬ ଡିଗ୍ରୀ ଭିତରେ ତାତି ରହିବା ସମ୍ଭାବନା ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ