ଅସହ୍ୟ ଶୀତ, ୧୮ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର : ଶନିବାର ଓଡ଼ିଶାର ୯ଟି ସହର ୧୦ ଡିଗ୍ରୀ ତଳେ ରହିଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଅସହ୍ୟ ଥଣ୍ଡା ପାଇଁ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ପାହାଡି ଅଞ୍ଚଳରେ ତାପମାତ୍ରା ଶୂନକୁ ଖସିବା ନେଇ ଆକଳନ ହୋଇଛି। ତେଣୁ ୨୪ ଘଣ୍ଟାରେ ୧୮ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଦେଓଗଡରେ ସିଭିୟର କୋଲ୍ଡ ୱେଭ୍ ଓ ଉତ୍ତର ଓଡ଼ିଶାର ସମସ୍ତ ୯ ଜିଲ୍ଲା ସମେତ ଅନୁଗୁଳ କଟକ ଖୋର୍ଦ୍ଧା ଭଦ୍ରକ ଜିଲ୍ଲାରେ କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ତିନି ଦିନ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅସହ୍ୟ ଥଣ୍ଡା ପାଇଁ ରାଜ୍ୟ ସରକାର ଏକ ସତର୍କମୂଳକ ପଦକ୍ଷେପ ନେଇଛନ୍ତି। ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗରିବ ଲୋକେ ରାତିରେ ରହିବାକୁ ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର।