ଅସାନୀ ବାତ୍ୟା କୁ ନେଇ ଅଡବା ଅଞ୍ଚଳରେ ସଚେତନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଅଞ୍ଚଳରେ ହରଭଙ୍ଗି ଡ୍ୟାମର ତଳି ଅଞ୍ଚଳବାସୀଙ୍କୁ ପ୍ରଶାସନ ପ କ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦିଆଯାଇଛି । ଅସାନୀ ବାତ୍ୟା କୁ ଦୃଷ୍ଟିରେ ରଖି ମୋହନା ବ୍ଳକ ଅଡବା ନିକଟସ୍ଥ ହରଭଙ୍ଗି ଡ୍ୟାମର ତଳି ଅଞ୍ଚଳରେ ବସବାସ କରୁଥିବା ପୋଇପାଣି , ହରଭଙ୍ଗି ନୂଆଁ ସାହି, କରଡାପଙ୍କାଳ, ରାଜବସା, ରାଇକଲ, ରାଇପୁର, କନ୍ଧ ବାଲିପଙ୍କା, ସଉରା ବାଲିପଙ୍କା, ପୁରୁଣାପାଣି, ଗୁରୁଝୋଳି, ବୁଢ଼ାଢିଅ, ବାମ ଦେଇପଦା ଭଳି ଗ୍ରାମ ଗୁଡକରେ ଜଳସେଚନ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ହେଲେ ଡ଼୍ୟାମରେ ଜଳପତନ ବୃଦ୍ଧି ପାଇବ ଯାହା ଫଳରେ ଗେଟ ଖୋଲାଯାଇ ବନ୍ୟା ଜଳଛଡାଯିବ । ତେଣୁ ଧନ ଜୀବନ କ୍ଷତି ହେବାର ଆଶଙ୍କା ଥିବାରୁ କୌଣସି ଗ୍ରାମବାସୀ ନଦୀ ମଧ୍ୟକୁ ଯିବେ ନାହିଁ କି ଗୃହପାଳିତ ପ୍ରାଣୀ ମାନଙ୍କୁ ନଦୀ ଭିତରକୁ ଛାଡିବେ ନାହିଁ ବୋଲି ସତର୍କ ସୂଚନା ଦିଆଯାଇଛି ।


