ଅସାବଧାନତା କାରଣରୁ ଚାଳିଗଲା ନିରିହ ଶିଶୁର ଜୀବନ
ଟିକିଏ ଅସାବଧାନତା ପାଇଁ ଚାଲିଯାଇଛି ଜଣେ ନିରିହ ଶିଶୁର ଜୀବନ । ଦୁନିଆ କୁ ଭଲ ଭାବରେ ଦେଖିବା ଓ ଜାଣିବା ପୂର୍ବରୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ପଡିଛି ବର୍ଷକର ଶିଶୁ । ଆଜି ବାପା ଓ ମା ମୃତ ଶିଶୁ ପାଇଁ ବାହୁନି ବାହୁନି କ୍ରନ୍ଦନ କରୁଛନ୍ତି ସତ କିନ୍ତୁ ନିରିହ ଶିଶକୁ ୁ ପାଇବା ଆଉ ସମ୍ଭବ ନୁହେଁ । ସାଧାରଣତଃ ଅଧୁନା ସମୟରେ ନୁଡୁଲ୍ସ ଓ ଚିପସ୍ ଖାଇବା ଦ୍ୱାରା ଶରୀର ପ୍ରତି କ୍ଷତି ବୋଲି ଜାଣି ମଧ୍ୟ ଶିଶୁଙ୍କ ଅଳିଅରଦଳି ପାଇଁ ପରିବାର ଲୋକ କିଣିଥାନ୍ତି ଚିପିସ୍ । କିନ୍ତୁ ଚିପସ୍ ପ୍ୟାକେଟ୍ ଭିତରେ ଥିବା ଖେଳନା ଢୁକି ଜଣେ ଶିଶୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛି ।ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କୋଲିପାଡି ଗାଁରେ । ଦୂର୍ଭାଗ୍ୟ ବସତଃ ଚିପସ୍ ପ୍ୟାକେଟ ଖୋଲି ବାପା ମାଙ୍କ ଅଜାଣତରେ ବିଦ୍ୟାଧରଙ୍କ ଝିଅ ଚିପ୍ସ ଖାଉଥିବା ସମୟରେ ପ୍ୟାକେଟ ଭିତରେ ଥିବା ଖେଳନା ଢୋକି ଝିଅର ତଣ୍ଟିରେ ରହିଯାଇଥିଲା । ଶ୍ୱାସ ନଳିରେ ଖେଳନା ଅଟକି ଯିବାର ୁ ତାଙ୍କର ଶ୍ୱାସରୁଦ୍ଧ ହୋଇଥିଲେ । ସଂଗେ ସଂଗେ ପିତା ମାତା ନିକଟସ୍ଥ ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।