ଅସାମାଜିକ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ଅଭିଯୁକ୍ତଙ୍କ ମାଆଙ୍କୁ ଅନୁରୋଧ କଲେ ଅଂଚଳବାସୀ

ଯୋଡ଼ା (ଯୁଗାଦ୍ଦ) : ସହରର ବାଚୁ ହଟିଂଠାରେ ଭୁଜାଲି ମାଡରେ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କ ଘରକୁ ଶତାଧିକ ସ୍ଥାନୀୟ ଅଂଚଳବାସୀ, ଅସାମାଜିକ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ତାଙ୍କ ମାଆଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ଗତ ଶୁକ୍ରବାର ଦିନ ବାଚୁ ହଟିଂର ନରସିଂ ମୁଣ୍ଡା ଓ ଚତୁର୍ଭୁଜ ନାଏକଙ୍କୁ ଭୁଜାଲି ଓ ଠେଙ୍ଗା ମାଡ କରି ଜଣେ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଏହି ଅଭିଯୁକ୍ତ ଦ୍ୱୟ ଅଂଚଳରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟ କରୁଥିବାରୁ ଅଂଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି । ଏଣୁ ଅଂଚଳବାସୀ ଅତିଷ୍ଟ ହୋଇ ରବିବାର ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ଶତାଧିକ ମହିଳାପୁରୁଷ ଏକତ୍ରିତ ହୋଇ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ମାଆଙ୍କୁ ଏହି ଅସାମାଜିକ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ସ୍ଥାନୀୟ ଅଂଚଳବାସୀ ଅନୁରୋଧ କରିବା ସହିତ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ