ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି ଜଳ ସେଚନ ବିଭାଗ ପାଟ୍ରୋଲ ସେଡ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଜଳ ସେଚନ ବିଭାଗ ସେକ୍ସନ-୩ ଅଧିନରେ ଥିବା ହାଟଡିହୀ ଶାଖା କେନାଲ, ଡାଳିମ୍ବଗଢିଆ ଓ ଗୋବିନ୍ଦପୁର ଡିଷ୍ଟ୍ରିବ୍ୟୁଟରୀ କେନାଲର ମଧ୍ୟସ୍ଥଳରେ ଅବସ୍ଥିତ ପାଟ୍ରୋଲ ସେଡ୍ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି । ପ୍ରକାଶ ଯେ, ହାଟଡିହୀ ଶାଖା କେନାଲ, ଡାଳିମ୍ବଗଢିଆ ଓ ଗୋବିନ୍ଦପୁର ଡିଷ୍ଟ୍ରିବ୍ୟୁଟରୀ କେନାଲର ରକ୍ଷାବେକ୍ଷଣ ଓ ଜଳ ଯୋଗାଣ କାର୍ଯ୍ୟ ତଦାରଖ ପାଇଁ ଏହି ପାଟ୍ରୋଲ ସେଡ୍ ଦୀର୍ଘ ବର୍ଷ ହେବ ନିର୍ମାଣ କରାଯାଇଛି । ଜଳ ଯୋଗାଣ ଏବଂ କେନାଲର ମରାମତି କାର୍ଯ୍ୟ ସମୟରେ ବିଭାଗୀୟ କର୍ମଚାରୀ ମାନେ ଏହି ପାଟ୍ରୋଲ ସେଡ୍ ଠାରେ ଜଗି ରହି କାର୍ଯ୍ୟ ତଦାରଖ କରିଥାନ୍ତି । ମାତ୍ର ଏବେ ଏହି ପାଟ୍ରୋଲ ସେଡ୍ ଅସୁରକ୍ଷିତ ହୋଇ ପଡିଛି । ଗତ ୨ ଦିନ ତଳେ କେହି ଦୃବୁର୍ତ୍ତ ଏହି ପାଟ୍ରୋଲ ସେଡ୍‌ର ମୁଖ୍ୟ ଗ୍ରୀଲକୁ ଭାଙ୍ଗି ସାମଗ୍ରୀ ଚୋରି କରିବା ସହ ସେଠାରେ ବସି ମଦ ପିଇ ଅଳିଆ ଆବର୍ଜ୍ଜନା ପକାଇଥିବାର ଦେଖାଯାଇଛି । କର୍ମଚାରୀ ଅଭାବ ଯୋଗୁ ଏହି ପାଟ୍ରୋଲ ସେଡ୍‌ର ଯତ୍ନ ନିଆଯାଇପାରୁନଥିବା ଜଣାଯାଇଛି । ଜରୁରୀ କାର୍ଯ୍ୟ ପଡିଲେ କର୍ମଚାରୀ ମାନେ ଏହି ପାଟ୍ରୋଲ ସେଡ୍ ପାଖକୁ ଆସିଥାନ୍ତି । ନହେଲେ ଏହି ପାଟ୍ରୋଲ ସେଡ୍‌ର ତାଲା ଖୋଲା ଯାଉ ନଥିବା ଦେଖାଯାଉଛି । ବିଭାଗୀୟ ଉଚ୍ଚ ଅଧିକାରୀ ଏହି ପାଟ୍ରୋଲ ସେଡ୍‌ର ସୁପରିଚାଳନା ପାଇଁ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରାଇବା ପାଇଁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ