ଅସାହେୟ ଓ ଭିକାରି ଙ୍କୁ ମାଗଣା ଖାଦ୍ୟ ବଣ୍ଟନ

ଗଞ୍ଜାମ:କରୋନା ସଂକ୍ରମଣ ରୋଗକୁ ପ୍ରତିହିତ କରିବା ପାଇଁ ଲକଡାଉନ ପରିପ୍ରେକ୍ଷୀରେ ସରକାର ଙ୍କ ତରଫରୁ ଅସାହେୟ, ନିରାଶ୍ରୟ, ଭିକାରି ଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଆଜି ଗଞ୍ଜାମ ବ୍ଲକ ରେ ୫୧୭ ଓ ଗଂଜାମ ଏନଏସି ରେ ୩୨ ଜଣଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି ।ବ୍ଲକର ସନ୍ତୋଷପୁର ଗ୍ରାମ ଠାରେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ଓ।ସେହିପରି କାଇଞ୍ଚପୁର ଗ୍ରାମ ଠାରେ ବିଡ଼ିଓ ରାୟ ଓ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିବା ସହ ମାନ ଯାଞ୍ଚ କରିଥିଲେ । ଜୀବିକ ମିଶନ ର ବିପିମ ଜଳନ୍ଧର ମହାରଣା, ମିଶନ ଶକ୍ତି ର ବିପିସି ଚନ୍ଦନ ପାଢ଼ୀ, ସିଡିପିଓ ସଲିଳପ୍ରଧାନ , କାଇଞ୍ଚପୁର ସରପଞ୍ଚ ସନ୍ତୋଷ ରେଡି ଉପସ୍ଥିତି ଥିଲେ । ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ସଙ୍ଘ ଏହି ମାଗଣା ଖାଦ୍ୟ ଯୋଗାଉଛନ୍ତି ।ଆଜି ବ୍ଳକ ର ୧୫ ଟି ପଂଚୟତର ର ହୁମ୍ମା ପଞ୍ଚାୟତ ରେ ୪୮, ଜେଆରଜି ପୁର ୩୪, କରପଡା୪୬, ମଲାଡ଼ ୬୫, ପାଲଙ୍ଗ୩୩, ପୋଇରାଶି ୧୮, ରାଜପୁର୧୪, ରାମଗଡ଼୩୭, ସନ୍ତୋଷପୁର୫୩, ସାନରାମଚନ୍ଦ୍ରପୁର୧୦, ସୁବଳୟା୦୨, ୟୁଡ଼ିଏସପୁର ୫୯, ପାଳିବନ୍ଧ୧୬, ଖଣ୍ଡିଦେଉଳି ୨୬, କାଇଞ୍ଚପୁର ୪୬ ଜଣ ଙ୍କୁ ଆଜି ମାଗଣା ଖାଦ୍ୟ ବଣ୍ଟନ କରାଯାଇଥିଲା । ତିନିଦିନ ମଧ୍ୟରେ ମୋଟ୧୮୩୯ ଜଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ।ସେହିପରି ଗଞ୍ଜାମ ଏନଏସି ରେ ଆଜି ୩୨ ଜଣଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ତିନିଦିନ ମଧ୍ୟରେ ୧୩୧ ଜଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ଗଞ୍ଜାମ ଏନଏସି ରକାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ରନ୍ଧାଖାଦ୍ୟ ର ମାନ ଯାଞ୍ଚ କରିଥିବା ବେଳେ ଏନଏସି ପ୍ରଶାସନିକଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟରଞ୍ଜନ ପୃଷ୍ଟି ହଟାତ ପହଞ୍ଚି ତଦାରଖ କରିଥିଲେ । କରୋନା ନୋଡାଲ ଅଫିସର ଅନିତା ଅଂଶୁମାଳି ସାହୁ ,ଉପସ୍ଥିତ ଥିଲେ । ବିଜୁଯୁବ ବାହିନୀର ରତ୍ନାକର ଦଳେଇ, ମନୋଜ କୁମାର ପ୍ରଧାନ ବୁଲି ଖାଦ୍ୟ ବଣ୍ଟନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ