ଅସିଆ ଓ ରଙ୍ଗମାଟିଆ ଗ୍ରାମରେ ଅବକାରୀ ଚଢ଼ାଉ, ଦୁଇ ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଅବକାରୀ ଥାନା ପକ୍ଷରୁ ଆଜି ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଏବେ ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ହେଉଥବବା ନେଇ ଅଭିଯୋଗ ହେଉଛି । ଆଜି ଆନନ୍ଦପୁର ଅବକାରୀ ଥାନା ପକ୍ଷରୁ ଅସିଆ ଓ ରଙ୍ଗମାଟିଆ ଗ୍ରାମରେ ଚଢ଼ାଉ କରାଯାଇ ଅସିଆ ଗ୍ରାମର ଯଶୋଦା ମହାକୁଡଙ୍କ ଠାରୁ ୯ଲିଟର ଦେଶୀମଦ ଓ ରଙ୍ଗମାଟିଆ ଗ୍ରାମର ହାଇବାରୀ ମୁଣ୍ଡାଙ୍କ ଠାରୁ ୭ଲିଟର ଦେଶୀମଦ ଜବଦ କରିବା ସହିତ ଉଭୟ ମହିଳାଙ୍କୁ ଗିରଫ କରାଯାଇ ହାଟଡିହି ଜେଏମଏଫସି କୋର୍ଟରେ ହାଜର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ