ଅସୁରକ୍ଷିତ ମୁକ ମହିଳାଙ୍କୁ ଉଦ୍ଧାର ନିମନ୍ତେ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଯାତ୍ରୀ ବିଶ୍ରାମାଗାର ଠାରେ ଆଜକୁ ପ୍ରାୟ ଦୁଇ ମାସ ହେଲା ପଡି ରହିଛି ଜଣେ ଅସହାୟ ମହିଳା । ମହିଳା ଜଣକ ମୁକ ହୋଇଥିବାରୁ ସେ କିଛି କଥା କହିପାରୁନାହାନ୍ତି । ରାସ୍ତାରେ ଯିବା ଆସୁଥିବା ଲୋକେ ତାଙ୍କୁ କିଛି ଟଙ୍କା ଓ ଖାଦ୍ୟ ସାମଗ୍ରୀ ଆଣି ଦେଉଛନ୍ତି । ଆଉ ତାକୁ ଖାଇ ସେ ଦୁଇ ମାସ ହେଲା ଗୋଟିଏ ସ୍ଥାନରେ ହିଁ ଖାଇ ପିଇ ସେଠାରେ ଅସୁରକ୍ଷିତ ଭାବେ ଶୋଇ ରହୁଛନ୍ତି । ଏଣୁ ତାଙ୍କୁ ଉଦ୍ଧାର କରି ତାଙ୍କୁ ଏକ ବାସସ୍ଥଳୀ ରଖିବା ନିମନ୍ତେ ସାଧାରଣରେ ଦାବି ହୋଇଛି । ମହାବିଦ୍ୟାଳୟ ପାଶ୍ୱର୍ରେ ଏହି ଯାତ୍ରୀ ବିଶ୍ରାମାଗାରଟି ରହିଥିବାରୁ ପ୍ରତ୍ୟେକ ଦିନ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ସେମାନେ ଆଣିଥିବା ଟିଫିନ ରୁ କିଛି ଖାଦ୍ୟ ସେହି ଅସହାୟ ମୁକ ମହିଳାଙ୍କୁ ଖାଇବା ପାଇଁ ଦେଉଛନ୍ତି । ଏହା ବ୍ୟତୀତ ସେହି ରାସ୍ତା ଦେଇ, ବଜରଙ୍ଗୀ ନଗର ଓ ଜେଲ ରହିଥିବାରୁ ଲୋକଙ୍କ ଯାତାୟତ ବହୁ ପରିମାଣର ହେବାରୁ ତାଙ୍କୁ ଦୁଇ ଓଳା କିଛି କିଛି ଖାଦ୍ୟ ସାମଗ୍ରୀ ତ ମିଳିଯାଉଛି ହେଲେ, ରହିବା ପାଇଁ କୌଣସି ସୁରକ୍ଷିତ ସ୍ଥାନ ନଥିବା ଦେଖାଯାଉଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଆଜି ପର୍ଯ୍ୟନ୍ତ କାହାକୁ ହାତ ପତେଇ ନାହାନ୍ତି ସେ ଅସହାୟ ମହିଳା ଜଣକ । ଯିଏ ଯାହା ଦେଲା ଖୁସିରେ ଗ୍ରହଣ କରନ୍ତି । ସେ କେଉଁ ଅଂଚଳର ତାହା ସଠିକ୍ ଭାବେ ଜଣାପଡିନଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ଅସହାୟ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ନିମନ୍ତେ ୯ନଂ ୱାର୍ଡ କାଉନସିଲର ପ୍ରିତୀଛନ୍ଦା ସାମଲ ଦାବୀ କରିଛନ୍ତି ।


