ଅସ୍ତରଙ୍ଗରେ ମଦ ବାର ଖୋଲିବା ବିଜ୍ଞପ୍ତିକୁ ନେଇ ଜନ ଅସନ୍ତୋଷ

ନିମାପଡା , (ସନ୍ତୋଷ ଦାଶ) :ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଠାରେ ନୂତନ ଭାବେ ଦୁଇଟି ମଦ ବାର ଖୋଲାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି l ଅସ୍ତରଙ୍ଗ ବ୍ଲକ ରେ ୧୫ ଗୋଟି ପଞ୍ଚାୟତ ରହିଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ ଜନ ସାଧାରଣ ବାସ କରୁଛନ୍ତି । ସ୍ଥାନୀୟ ଅଧିବାସୀ ମାନେ ସାଧାରଣତଃ ଧାନ, ପାନ ଓ ମୀନ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି l ଏହି ବ୍ଲକ ଅଞ୍ଚଳରେ ଅନେକ ଯୁବକ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥାନ୍ତି l ଏଠାରେ ଗୋଟିଏ ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଥିବାବେଳେ ଠିକ ଅପର ପାର୍ଶ୍ୱରେ ଦୁଇଟି ମଦ ବାର ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏଠାରେ ମଦ ବାର ଖୋଲା ଗଲେ ଯୁବପିଢ଼ି ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଯାଆସ କରିବା ଦ୍ୱାରା ସଡ଼କ ଦୁର୍ଘଟଣାକୁ ଏଡାଇ ଦିଆ ଯାଇନପାରେ l ତତ ସହିତ ଏହି ବାର ସଂଲଗ୍ନ ସବ ମାଇନର କେନାଲ ଯାଇଥିବାବେଳେ ସେହି ବାଟରେ ମଦ ପିଇ ଯିବାଆସିବା କରିବା ଦ୍ୱାରା କେନାଲ ରେ ପଡ଼ି ଅନେକ ଜୀବନ ହାନି ଘଟିବାର ସମ୍ଭାବନା ରହିଛି l ସରକାର ଅସ୍ତରଙ୍ଗ ଭଳି ଏକ ସମ୍ବେଦନଶୀଳ ଯାଗାରେ ବାର ଖୋଲିବା ନିଷ୍ପତ୍ତି ନେଇଥିବାରୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଠାରେ ମଦ ବାର ଖୋଲିଲେ ଅସ୍ତରଙ୍ଗ ଅଞ୍ଚଳରେ ମଦର ବନ୍ୟା ସୃଷ୍ଟି ହେବା ସହିତ ଅନେକ ଯୁବ ପିଢ଼ି ଅବାଟକୁ ଚାଲିଯିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l ଯଦି ଏହି ବାର କରାଯିବା ବିଜ୍ଞପ୍ତିକୁ ବନ୍ଦ କରାନଯାଏ ତାହେଲେ ଆଗାମୀ ଦିନରେ ଅସ୍ତରଙ୍ଗରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ଆଶଙ୍କା ପ୍ରକାଶ ପାଇଛି l ଅପର ପକ୍ଷରେ ରାଜ୍ୟ ସରକାର ମଦ ଦୋକାନରୁ ରାଜସ୍ବ ବଢାଇବା ଆଳରେ ଜନ ସାଧାରଣଙ୍କ ଆର୍ଥିକ ଓ ମାନସିକ ପ୍ରଗତିକୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଉଛନ୍ତି । ତେଣୁ ଅବକାରୀ ବିଭାଗ କମିଶନର ଓ ଜିଲ୍ଲା ଅବକାରୀ ଅଧିକ୍ଷକ ତୁରନ୍ତ ପ୍ରକାଶିତ ବିଜ୍ଞପ୍ତି କୁ ରଦ କରିବାକୁ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ