ଅସ୍ତରଙ୍ଗ ଅଂଚଳ ର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା
ନିମାପଡା (ସନ୍ତୋଷ ଦାଶ ) ଆଜି ପୁରୀ ଜିଲ୍ଲାପାଳ ସମର୍ଥବର୍ମା ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ରେ ପହଞ୍ଚି ବ୍ଲକ ଅଂଚଳ ରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କ ରେ ପଂଚାୟତ ର ସରପଞ୍ଚ ମାନଙ୍କ ସହ ଆଲୋଚନା କରି ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକ ରେ ଜିଲ୍ଲା ଡି ଆର ଡି ଏ ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ମହାପାତ୍ର, ଅସ୍ତରଙ୍ଗ ବ୍ଲକ ବିଡ଼ିଓ ଡ଼ଃ.ବବିତା ମଞ୍ଜରୀ ନାୟକ, ବ୍ଲକ ଅଧକ୍ଷ ସ୍ୱାଧୀନ କୁମାର ନାୟକ, ଜିଲ୍ଲା ପରିଷଦ ର ଅଧକ୍ଷ ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ l ଏହାପରେ ଜିଲ୍ଲାପାଳ ଶ୍ରୀ ବର୍ମା ପୀରଜାହାନିଆ ବେଳାଭୂମି ପରିଦର୍ଶନ କରି କିପରି ପୀର ଜାହାନିଆଁ ପୀଠ ଓ ତତସଲଗ୍ନ ବେଳାଭୂମି ପର୍ଯ୍ୟଟନ ସ୍ଥଳୀ ର ବିକାଶ ହୋଇପାରିବ ସେ ସମ୍ପର୍କ ରେ ବ୍ଲକ ଅଧକ୍ଷ ଶ୍ରୀ ନାୟକ ଓ ପୁରୀ ଡି ଏଫ ଓ ଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ l ପରେ ଜିଲ୍ଲାପାଳ ପାଟଳଦା ପଂଚାୟତ ର ନବନିର୍ମିତ ପାର୍କ ପରିଦର୍ଶନ କରିବା ସହ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ର ସ୍ମାଟ ସ୍କୁଲ କାର୍ଯ୍ୟ ବୁଲି ଦେଖିଥିଲେ l ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ମେଡିକାଲ ର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ଜିଲ୍ଲାପାଳ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସାଧିକାରୀ ସଂଜୟ ପ୍ରଧାନ ଙ୍କ ଠାରୁ ପଚାରି ବୁଝିଥିଲେ l ଜିଲ୍ଲାପାଳ ଙ୍କ ଗ୍ରସ୍ତ କୁ ନେଇ ସ୍ଥାନୀୟ ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l