ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମକଡ୍ରିଲ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ନ ରେ ଅସ୍ତରଙ୍ଗ ନୋଡାଲ ବିଦ୍ୟାପୀଠ ଓ ଅପରାହ୍ନ ରେ ଅସ୍ତରଙ୍ଗ ବ୍ଲକ ପରିସରରେ ମକଡ୍ରିଲ କରାଯାଇଛି। ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ଷ୍ଟେସନ ଅଧିକାରୀ ପ୍ରହଲ୍ଲାଦ ରାଓ ଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଆଗ୍ନୀକ ମାନେ ନିଆଁ ଲାଗିଲେ ଲିଭାଇବାର କୌଶଳ, ଅଗ୍ନି ଦୁର୍ଘଟଣାରୁ ରକ୍ଷା କୌଶଳ,ଉଚ୍ଚ ଅଟାଳିକାରୁ ପୀଡିତଙ୍କୁ ଉଦ୍ଧାର କାର୍ଯ୍ୟ,ନିଆଁ ନ ଲାଗିବା ସତର୍କତା ଆଦି ସମ୍ପର୍କରେ ମକଡ୍ରିଲ ପଦର୍ଶନ କରିଥିଲେ। ଏହା ସହ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଆଁ କୁ ଲିଭାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ୍ ପ୍ରଦାନ କରିଥିଲେ। ଅଗ୍ନିକାଣ୍ଡ ସମୟରେ ଅଗ୍ନିନିର୍ବାପକ ଯନ୍ତ୍ର କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ ଛାତ୍ର, ଛାତ୍ରୀ,ଅଙ୍ଗନବାଡି କର୍ମୀ,ମାନଙ୍କୁ ପ୍ରଦର୍ଶନଗତ ଶିକ୍ଷା ପ୍ରଦାନ କରିଥିଲେ।ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଆଗ୍ନୀକ ସାରଦା ପ୍ରସନ୍ନ ସ୍ୱାଇଁ, ସଂଗ୍ରାମ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।