ଅସ୍ତରାଗ ଅବସରପ୍ରାପ୍ତ ସେବା ସଂଘ ବାଲିଆ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ରେମୁଣା ବ୍ଲକ ବାଲିଆ ସ୍ଥିତ ଦକ୍ଷିଣେଶ୍ୱର କାଳୀ ମନ୍ଦିର କମିଟି ଓ ଅସ୍ତରାଗ ଅବସରପ୍ରାପ୍ତ ସେବା ସଂଘ ପକ୍ଷରୁ ଚରା ଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଫେସର ପ୍ରଦ୍ୟୁତ ରଞ୍ଜନ ମଣ୍ଡଳ ଅଧ୍ୟକ୍ଷତା କରିଥିଲେ। ସଂଘର ନିଷ୍ପତି କ୍ରମେ ବାଲିଆ ରାଧାକୃଷ୍ଣ ମନ୍ଦିର ତଥା ଶ୍ୟାମା କାଳୀ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ନଡ଼ିଆ,ପିଜୁଳି,ସପେଟା,ବଉଳ, ଦେବଦାରୁ ଆଦି ଚାରା ଗଛ ରୋପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରଥମେ ଗଛ ରୋପଣ କରି ଉଦଘାଟନ କରିଥିଲେ।ବାଲିଆ ସରପଞ୍ଚ ନିତାଇ ଚରଣ ନାୟକ ସହଯୋଗ କରିଥିଲେ। ବାଲିଆ ଅସ୍ତରାଗ ଅବସରପ୍ରାପ୍ତ ସେବା ସଂଘ ସମେତ ବାଲିଆ ମନ୍ଦିର କମିଟି ତଥା ଗ୍ରାମ୍ୟ କମିଟିର ମୁଖ୍ୟ ବ୍ୟକ୍ତି ସମୁହ ଯଥା; ତ୍ରିଦେବ ନାୟକ,ମନ୍ମଥ କୁମାର ଘଡେ଼ଇ,ପରିଣିତା ମିଶ୍ର,ଯୋଗେଶ ଚନ୍ଦ୍ର ପ୍ରଧାନ,ଆଲୋକ କୁମାର ମହାନ୍ତି,ସୁକୁମାର ଦାସ,କୃଷ୍ଣ ଚନ୍ଦ୍ର ସାହା,ଦିଲ୍ଲୀପ ନାୟକ,ଗୌରାଙ୍ଗ ବେହେରା,ବସନ୍ତ କର,ଆଲୋକ କୁମାର ମହାନ୍ତି,ବିନୟ କୁମାର ପଡିଆରି,ରତିକାନ୍ତ ରାଉତ ଆଦି ସହଯୋଗ କରିଥିଲେ।ସଂଘର ସମ୍ପାଦକ ରମେଶ ଚନ୍ଦ୍ର ଜେନା ପରିଚାଳନା କରିଥିଲେ।ସେହିପରି ଶାସଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ଦିବେଦୀଙ୍କ ନେତୃତ୍ୱରେ ଅନ୍ତରା ପଡିଆ ଠାରେ ଶାଗୁଆନ,ପଟାସ, ଆକାଶି,କୃଷ୍ଣଚୁଡା,ଆମ୍ବ,ପିଜୁଳି ପରି ଶତାଧିକ ଗଛ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଦାସ ଯୋଗ ଦେଇଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ସୁନି ସୋରେନ,ଭାସ୍କର ମଲ୍ଲିକ,ଶଶିକାନ୍ତ ଦାସ,ଶରତ ବାରିକ,କମଳାକାନ୍ତ ମଲ୍ଲିକ,ନରେନ୍ଦ୍ର ସେଠୀ, ବୁଦ୍ଧିରାମ ଜେନା,ରାଜକିଶୋର ମହାନ୍ତି,ରମେଶ ଚନ୍ଦ୍ର ମଲ୍ଲିକ ଏବଂ ନାରୀନେତ୍ରୀ ଶୋଭନା ମହାନ୍ତି ପ୍ରମୁଖ ଚାରା ରୋପଣରେ ସହଯୋଗ କରିଥିଲେ।


