ଅସ୍ତ୍ରପୋଚାର ବେଳେ ମହିଳାଙ୍କୁ ରକ୍ତ ଦାନ କଲେ ଆଦିତ୍ୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : କଥାରେ ଅଛି ରକ୍ତ ଦାନ ଜୀବନ ଦାନ । ଏହି କଥାକୁ ଭଦ୍ରକସ୍ଥିତ ମାନବ ସେବା ସଂଗଠନର ସଦସ୍ୟ ମାନେ ଭଲ ଭାବେ ବୁଝିଛନ୍ତି । ଭଦ୍ରକସ୍ଥିତ ପାଢୀ ନର୍ସିଂ ହୋମରେ ଜଣେ ମହିଳାଙ୍କ ଅପରେସନ ପାଇଁ ନିହାତି ରକ୍ତର ଆବଶ୍ୟକତା ପଡିଥିଲା । ଏହି ଖବର ମାନବ ସେବା ସଂଗଠନ ପାଖରେ ପହଞ୍ôଚବା ପରେ କାଳବିଳମ୍ବ ନକରି ସଂଗଠନର ସଦସ୍ୟ ଆଦିତ୍ୟ ଶଂଖୁଆ ରକ୍ତଦାନ କରିଥିଲେ । ରକ୍ତଦାନ ବେଳେ ସମ୍ବିତ୍ କୁମାର ଜେନା, ରାଇବଲ୍ଲଭ ଶଂଖୁଆ, କିଶୋର ଚନ୍ଦ୍ର ସାହୁ, ଚିତ୍ତ ରଂଜନ ସାହୁ, ପାର୍ବତୀ ନାୟକ, କୀର୍ତ୍ତିକୃଷ୍ଣ ପାଲ ଉପସ୍ଥିତ ଥିଲେ । ଆଦିତ୍ୟଙ୍କର ମହନୀୟତାରେ ରୋଗୀଙ୍କ ସଂପର୍କୀୟ ସଂଗଠନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସଂପୃକ୍ତ ରୋଗୀଙ୍କୁ ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ