ଅସ୍ତ୍ରୋପଚାର କରି ପାଟି ଭିତରୁ ଲୁହାରଡ୍ଟି ବାହାର
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା କେଶପୁର ନିକଟ ପାଳକଷଣ୍ଢ ଗାଁରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଘର ଛାତ ଉପରେ ଖେଳୁଥିବା ସମୟରେ ଏକ ୪ବର୍ଷର ଶିଶୁକନ୍ୟା ପାଟିରେ ଲୁହା ରଡ୍ ପଶିଯାଇଛି। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଦଳ ଅସ୍ତ୍ରୋପଚାର କରି ପାଟି ଭିତରୁ ଲୁହା ରଡ୍ଟି ବାହାର କରିଦେଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଶିଶୁକନ୍ୟା ଜଣଙ୍କ ହେଲେ ସନ୍ନ୍ୟାସୀ ଗୌଡ଼ଙ୍କ ଝିଅ ମନୋସ୍ମିତା। ସନ୍ନ୍ୟାସୀଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ମନୋସ୍ମିତା ସେଠାରେ ଖେଳୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଧନ୍ୟ ସେ ଡାକ୍ତର ଟିମ, ଧନ୍ୟ ସେ ଖବର ଦେବା ସିକୁରିଟିଗାର୍ଡ ସହ ଧନ୍ୟ ସେ ପ୍ରଶାସନ । ଏହି ଖବର ପ୍ରସାର ହେବା ମାତ୍ରେ ଡ଼ା ପ୍ରଣୟ ପାଣିଗ୍ରାହୀ ଏବଂ ତାଙ୍କ ଟିମ ତୁରନ୍ତ ଅସ୍ତ୍ରୋପଚାର ରେ ଲାଗିଯାଇଥିଲେ । ମାତ୍ର କିଛି ସମୟ ମଧ୍ୟରେ ଶିଶୁର ବେକ ୱେବ ୪ ପାଟିରୁ ଲୁହା ରଡ଼ ବାହାର କରିବାରେ ଡାକ୍ତର ମାନେ ସଫଳ ହୋଇଥିଲେ ।


