ଅସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରବାସୀ ଶ୍ରମିକର ଆତ୍ମହତ୍ୟା ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲା ବିଜେପି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବଡ଼ଗାଁ କୋଭିଡ୍ କେୟାର କେନ୍ଦ୍ରରେ ତୁମୁଡିବନ୍ଧ ଅଞ୍ଚଳର ସମ୍ପୂର୍ଣ୍ଣ ମାଝୀଙ୍କ ଆତ୍ମହତ୍ୟା ଘଟଣାରେ ଜିଲ୍ଲା ବିଜେପି ସନ୍ଦେହ ପ୍ରକାଶ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଥିସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି। ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସମ୍ପୂର୍ଣ୍ଣ ଆତ୍ମହତ୍ୟା କରି ନାହିଁ ବରଂ ଚିକିତ୍ସାବେଳେ ତାର ମୃତ୍ୟୁ ହୋଇଛି।ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଦେବନାରାୟଣ ପ୍ରଧାନ, ସୁଶାନ୍ତ କୁମାର ମହାନ୍ତି, ସୁଧାଂଶୁ ଗୁରୁ, ଅଜିତ୍ କୁମାର ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ବିଶ୍ୱରଞ୍ଜନ ଦାଶ ପ୍ରମୁଖ ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି।