ଅସ୍ଥାୟୀ ମଣ୍ଡପରେ ଆରମ୍ଭ ହେଲା ଧନଦାତ୍ରୀଙ୍କ ପୂଜା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଜି ଅନୁଷ୍ଠିତ ହୋଇଯାଇଛି ମାର୍ଗଶୀର ମାସର ତୃତୀୟ ପାଳି ମାଣବସା ଗୁରବାର । ଧରାପୃଷ୍ଠକୁ ମା’ ମହାଲକ୍ଷ୍ମୀଙ୍କ ଧରାବତରଣକୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅସ୍ଥାୟୀ ପୂଜା ମଣ୍ଡପ ଗୁଡିତ ଚଳଚଞ୍ଚଳ ହୋଇ ଉଠିଛିି । ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ମହାଲକ୍ଷ୍ମୀ । ତାଙ୍କୁ ସ୍ୱାଗତ କରିବା ପାଇଁ ଶ୍ରଦ୍ଧାଳୁ ଓ ପୂଜା କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । କିଏ କେଉଁ ପ୍ରକାରେ ମା’ଙ୍କ କରୁଣା ଭିକ୍ଷା କରୁଛି ତାହା ନିର୍ଣ୍ଣୟ କରିବା କଷ୍ଠସାଧ୍ୟ ହୋଇଥିଲେ ମଧ୍ୟ ସମ୍ଭିଙ୍କ ପ୍ରତି ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଛି । ମାଣବସା ତୃତୀୟପାଳି ଗୁରବାର ଅବସରରେ ଆଜି ଠାରୁ ଆସିକା ଅଞ୍ଚଳର ହାଟପଦା, ବଜାର ସାହି, ଓଡିଆ ସାହି, ଲକ୍ଷ୍ମୀବଜାର, ମୁକୁନ୍ଦପୁର, ଚିନିଶିଳ୍ପ ନୂଆଗାଁ, କାଳଷଣ୍ଢପୁର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଅସ୍ଥାୟୀ ପୂଜା ମଣ୍ଡପରେ ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବା ଲକ୍ଷ୍ୟ କରାଯାଇଛି । ଧରାପୃଷ୍ଠକୁ ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ଆଗମନକୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପୂଜା ମଣ୍ଡପ ଗୁଡିକରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଦୀର୍ଘ ପ୍ରାୟ ୩୩ବର୍ଷ ଧରି ଲକ୍ଷ୍ମୀ ପୂଜା ଅବସରରେ ନୂତନ ଶୈଳୀରେ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ସାଜସଜ୍ଜାକୁ ଗୁରୁତ୍ୱ ଦେଇ ଆସୁଛି ହାଟପଦା ବ୍ୟବସାୟୀ ସଂଘ । ଆସିକା ଏନ୍‍ଏସି ଅଧିନସ୍ଥ ହାଟପଦା ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ଗଣପତି ରେଡି, ଟି.ଜିନୁବାବୁ ରେଡି, ଏନ୍‍.ଶୁକଦେବ ରେଡି, ଏନ୍‍.ବସନ୍ତ ରେଡି, ଏମ୍‍.ମୁନା ସେନାପତି, ମହେଶ୍ୱର ବେହେରା, ଏନ୍‍.ପ୍ରଫୁଲ ରେଡି, ବି.ଶ୍ରୀକାନ୍ତ ରେଡି, କାଳିଆ ପଣ୍ଡା, କେ.ବିକ୍ରମ ରେଡି, ତପୁ ପାଢୀ, ବାଲାଜୀ ରେଡି, ଅଶ୍ୱିନୀ ବିଶ୍ୱାଳ, କୋରେଶୁ ସାସମଲ, ପି.ନାଗେଶ୍ୱର ପାତ୍ର, ଦଣ୍ଡଧର ରେଡି, ହରି ରେଡି, ପ୍ରଦୀପ ପଣ୍ଡା, ଗଙ୍ଗା ନାହାକ, ଧ୍ରୁବ ନାହାକ, ଟିଟୁ ରେଡି, ବିଜୟ ନାହାକଙ୍କ ସମେତ ଆଧ୍ୟାତ୍ମିକପ୍ରେମୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଗତ କିଛିବର୍ଷ ହେଲା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରୀତିନୀତି ଅନୁଯାୟୀ ଲକ୍ଷ୍ମୀ ପୂଜା ମହାଡମ୍ବର ସହକାରେ ପାଳନ କରାଯାଉଥିଲା ବେଳେ ଦୈନିକ ଶହଶହ ଶ୍ରଦ୍ଧାଳୁ ଭକ୍ତ ଅସ୍ଥାୟୀ ପୂଜା ମଣ୍ଡପକୁ ଆସି ଧନଦାତ୍ରୀ ମା’ ଅନ୍ନପୂର୍ଣ୍ଣାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା କରିବା ଦିଗରେ ହାଟପଦା ବ୍ୟବସାୟୀ ସଂଘର ସମସ୍ତ ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆଜି ଠାରୁ ହାଟପଦା ଛକ ଅସ୍ଥାୟୀ ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ଆରାଧନା ଆରମ୍ଭ ହୋଇଛି । ଅସ୍ଥାୟୀ ପୂଜା ମଣ୍ଡପ ସୁନ୍ଦର ତୋରଣ ଓ ଆଲୋକ ମାଳାରେ ଝଲସି ଉଠୁଛି । ଘଣ୍ଟ ମୃଦଙ୍ଗ ବାଦନ ସାଙ୍ଗକୁ ମା ମହାଲକ୍ଷ୍ମୀଙ୍କ ଶ୍ଳୋକ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପୂଜାମଣ୍ଡପ । ଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇ ପଡିଛିି ହାଟପଦା ଛକ ସ୍ଥିତ ଅସ୍ଥାୟୀ ପୂଜାମଣ୍ଡପ । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ଲକ୍ଷ୍ମୀପୂଜା ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ମାଣବସା ତୃତୀୟ ପାଳି ଗୁରବାର ଅବସରରେ ପୂର୍ବାହ୍ନରେ ଶ୍ରଦ୍ଧାଳୁ ଭକ୍ତମାନେ ପବିତ୍ର ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା ସାରି କଳସ ଯାତ୍ରାରେ ଆସି ଅସ୍ଥାୟୀ ମଣ୍ଡପରେ ପହଞ୍ଚିବା ପରେ ପଣ୍ଡିତ ରତ୍ନାକର ଦାଶ, ସାତାରାମ ଦାଶ, ଓମ୍‍ ସାମନ୍ତରା ଓ ବିକ୍ରମାଦିତ୍ୟ କରଙ୍କ ମନ୍ତ୍ରୋଚାରଣରେ ମା ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ପାଥେୟ କରି ଆସିକା ସହରବାସୀ ମା ମହାଲକ୍ଷ୍ମୀଙ୍କ ପାଦପଦ୍ମରେ ଗୋଟିଏ ମନ ଓ ଗୋଟିଏ ପ୍ରାଣରେ ସମର୍ମିତ ହୋଇଯାଇଥିବା ଦେଖିବାକୁ ମିଳିଛି । ମାଣବସା ତୃତୀୟ ପାଳି ଗୁରବାର ଠାରୁ ପୂଜାମଣ୍ଡପରେ ମା ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ରୀତିନିତୀରେ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି । ମା ମହାଲକ୍ଷ୍ମୀଙ୍କ ଆଗମନରେ ଆସିକାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ପୂଜାମଣ୍ଡପ ଗୁଡିକ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି । ମାର୍ଗଶୀର ମାସ ତୃତୀୟ ଗୁରବାର ଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପୂଜା ମଣ୍ଡପ ଗୁଡିକରେ ବିରାଜିଥିବା ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ସନ୍ଧ୍ୟାଆଳତୀ ସମୟରେ ଶ୍ରଦ୍ଧାଳୁ ମହିଳାଙ୍କ ହୁଳହୁଳି ଧ୍ୱନୀରେ ପୂଜା ମଣ୍ଡପ ମୁଖରିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ