ଅସ୍ଥାୟୀ ମନ୍ଦିରରେ ପୂଜା ପାଇଲେ ମା ବ୍ୟାଘ୍ରଦେବୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ବୁଧବାର ଠାରୁ ଶ୍ରୀ ଶ୍ରୀ ଶ୍ରୀ ମା ବ୍ୟାଘ୍ରଦେବୀଙ୍କ ଯାତ୍ରା ଗଞ୍ଜାମ ଆରକ୍ଷୀ ପରିବାର ପକ୍ଷରୁ ଆରମ୍ଭ ହୋଇଛି l ବୁଧବାର ମଧ୍ୟରାତ୍ର ରୁ ମା ନିଜ ମନ୍ଦିର ରୁ ବାହାରି ଅସ୍ଥାୟୀ ମନ୍ଦିର କୁ ବିଜେ କରିଛନ୍ତି l ଗୁରୁବାର ସକାଳୁ ମା ଅସ୍ଥାୟୀ ମନ୍ଦିର ପାଉଛନ୍ତି l ଉପସ୍ଥିତ ପୂଜକ ଓ କର୍ତ୍ତା ରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚନା କରୁଛନ୍ତି l ଗୁରୁବାର ସନ୍ଧ୍ୟା ରେ ଆସ୍ଥାୟୀ ମନ୍ଦିର ରେ ମା ବ୍ୟାଘ୍ରଦେବୀ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା l ମାଙ୍କ ଆଳତି ବେଳେ ବହୁ ମହିଳା ଭକ୍ତ ଙ୍କ ସମେତ ଯାତ୍ରା କମିଟି ର ସମସ୍ତ ସଭ୍ୟ ଏବଂ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ମାଙ୍କ ଆଳତି ଲାଭ କରିଥିଲେ l ଏହି ଯାତ୍ରା ଆସନ୍ତା ମଙ୍ଗବାର ପଯ୍ୟନ୍ତ ଚାଲିବ l ଶୁକ୍ରବାର ଦିନ ଠାରୁ ମାଙ୍କ ନଗର ଭ୍ରମଣ ହେବ l ମାଙ୍କ ମନ୍ଦିର ନିକଟରେ ମିନା ବଜାର ଖୋଲା ଯାଇଛି l