ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କଲେ ଉପଜିଲ୍ଲାପାଳ ଓ ବିଡିଓ

ଛତ୍ରପୁର,(ଓ୍ବାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗଂଜାମ ଜିଲ୍ଲାପ୍ରଶାସନର ସହଯୋଗରେ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ କରୋନା ସନ୍ଦିଗ୍ଧମାନଙ୍କ ନିମନ୍ତେ ୧୮ଟି ଗ୍ରାମ ପଞ୍ଚାୟତ , ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନରେନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର , ନୋଳିଆନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମୁନିଷିପେଣ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୨୨ଟି ସ୍ଥାନରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ସେଠାରେ କରୋନା ସନ୍ଦିଗ୍ଧ ମାନେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ହେଉଥିବା କରୋନା ସନ୍ଦିଗ୍ଧମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବା ପାଇଁ ସୋମବାର ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ଉଭୟ ଅଗସ୍ତିନୂଆଗାଁ ପଞ୍ଚାୟତ ନୋଳିଆନୂଆଗାଁ, ପୋଡାପଦର, ଭିକାରିପଲ୍ଲୀ, ଲକ୍ଷ୍ମୀପୁର ପଞ୍ଚାୟତର କରାପଲ୍ଲୀ , ଟାଙ୍ଗଣାପଲ୍ଲୀ, ନରେନ୍ଦ୍ରପୁର, ସିନ୍ଦୁରପୁର, ଚମାଖଣ୍ଡି ଏବଂ କଣମଣା ପଞ୍ଚାୟତ ଗୁଡିକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି କେନ୍ଦ୍ର ଗୁଡିକରେ ରହିଥିବା ଆନୁସାଙ୍ଗିକ ସାମଗ୍ରୀ ରହିଛି ନା ନାହିଁ ତାହାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରିଥିଲେ । ଏହାସହ ଅସ୍ଥାୟୀ କେନ୍ଦ୍ର ଗୁଡିକରେ ରହୁଥିବା କରୋନା ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲେ । ଛତ୍ରପୁର ବ୍ଲକରେ ସମୁଦାୟ ୧୧୪ ଜଣ ସନ୍ଦିଗ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ନିୟମିତ ଜଳଖିଆ, ଖାଦ୍ୟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଉଥିବା ଉପରେ ଉପଜିଲ୍ଲାପାଳ ଓ ବିଡିଓ ତଦାରଖ କରିଥିଲେ । ଅସ୍ଥାୟୀ କେନ୍ଦ୍ର ଗୁଡିକ ରେ ବ୍ଲକର କନିଷ୍ଠ ଯନ୍ତ୍ରୀ ,ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକ କୁ ସମୁଦାୟ ୧୨୮୫ ଜଣ ଲୋକ ରାଜ୍ୟ ବାହାରୁ ଓ ବିଦେଶରୁ ଫେରିଥିଲେ । ଇତିମଧ୍ୟରେ ସେମାନଙ୍କ ୧୪ ଦିନିଆ ସଙ୍ଗରୋଧ ଅବଧି ଶେଷ ହୋଇଥିବା ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ