ଅସ୍ଥାୟୀ ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ଛତ୍ରପୁର ସରକାରୀ ମହାବିଦ୍ୟାଳୟ
ଛତ୍ରପୁର : ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରାଯିବ । ଏଥି ନିମନ୍ତେ ପୁର୍ତ ବିଭାଗ ପକ୍ଷରୁ ଏହାର ସମସ୍ତ କାର୍ଯ୍ୟକ୍ରମ କରାଯାଉଛି । ମହାବିଦ୍ୟାଳୟର କଳା ଓ ବାଣିଜ୍ୟ ଶ୍ରେଣୀ ଗୃହ ଗୁଡ଼ିକର ମରାମତି ସହ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିରେ ପ୍ରାୟ ୧୨୦ ସଯ୍ୟା ପକାଇବାର ବ୍ୟବସ୍ଥା କରାଯାଉଛି ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି ।